ମତଦାନ କଲେ ଶତାୟୁ ମହିଳା ଓ ଦିବ୍ୟାଙ୍ଗ

ପୁରୀ : ରାଜ୍ୟରେ ତୃତୀୟ ପର୍ୟ୍ୟାୟ ନିର୍ବାଚନର ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ମତଦାନ କରିବାକୁ ଜଣେ ୧୦୩ ବର୍ଷୀୟା ମହିଳା ପୋଲିଂ ବୁଥକୁ ପହଞ୍ଚିଥିଲେ । ଶତାୟୁ ମହିଳାଙ୍କ ହେଲେ ପୁରୀ ଜିଲା ବରାହୀ ଲେନର ନିଶାମଣୀ ସାହୁ । ସେ ମଙ୍ଗଳବାର ସକାଳେ ବାସେଳି ସାହି ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି କଟକର ରେଲୱ ସ୍କୁଲର ମତଦାନ କେନ୍ଦ୍ରରେ ଜଣେ ମାନସିକ ଅନଗ୍ରସର ଦିବ୍ୟାଙ୍ଗ ନିଜର ମତାଦାନ କରିଛନ୍ତି ।

Comments are closed.