ଭୋଡାଫୋନର ଶସ୍ତା ପ୍ଲାନ, ୬୦ଟଙ୍କାରୁ କମ ମୂଲ୍ୟରେ ପ୍ରତିଦିନ ମିଳିବ ୧ଜିବି ଡାଟା

0

ନୂଆଦିଲ୍ଲୀ : ଭୋଡାଫୋନ କମ୍ପାନୀ ତରଫରୁ କମ୍ ମୂଲ୍ୟର ଏକ ଡାଟା ପ୍ଲାନ ଲଞ୍ଚ କରାଯାଇଛି। ଯାହାର ମୂଲ୍ୟ ମାତ୍ର ୫୯ଟଙ୍କା। ଭୋଡାଫୋନର ଏହି ପ୍ଲାନରେ ଗ୍ରାହକମାନେ ପ୍ରତିଦିନ ୧ଜିବି ଡାଟା ପାଇପାରିବେ। ଯାହାର ବୈଧତା ୭ଦିନ। ମାତ୍ର ଏହି ପ୍ଲାନରେ ଅନଲିମିଟେଡ ପ୍ଲାନ କିମ୍ବା ଏସଏମଏସ୍ ମଳିବ ନାହିଁ।
ଭୋଡାଫୋନର ଏହି ପ୍ଲାନ ସିଧାସଳଖ ରିଲାଏନ୍ସ ଜିଓର ୫୨ଟଙ୍କାର ପ୍ଲାନକୁ ଟକ୍କର ଦେବ। ଜିଓର ୫୨ଟଙ୍କା ପ୍ଲାନରେ ୭ଦିନର ବୈଧତା ସହିତ ପ୍ରତିଦିନ ୧୫୦ଏମବି ଡାଟା ଏବଂ ଅନଲିମିଟେଡ କଲ ଏବଂ ଏସଏମଏସର ସୁବିଧା ରହିଛି । ଏହିଭଳି ଭାବରେ ଦେଖିଲେ ଡାଟା କ୍ଷେତ୍ରରେ ଜିଓ ତୁଳନାରେ ଭୋଡାଫୋନ ଆଗରେ ରହିଛି।

Leave A Reply