୩୨ଏମପି ପପ୍‍ ଅପ ସେଲଫି କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ଭିଭୋ ଭି-୧୫ପ୍ରୋ

0

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ବୁଧବାର ତାର ନୂଆ ସ୍ମାର୍ଟଫୋନ ଭିଭୋ ଭି-୧୫ ପ୍ରୋ ଲଞ୍ଚ କରିଛି। ଏହି ଫୋନକୁ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଛି। ଭିଭୋର ଏହି ଫୋନର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ଇନ-ଡିସପ୍ଲେ ଟିପଚିହ୍ନ ସେନସର ସହିତ ୩୨ମେଗାପିକ୍ସେଲର ପପ୍‍ ଅପ୍‍ ସେଲଫି କ୍ୟାମେରା ଦିଆଯାଇଛି। ସବୁଠାରୁ ଖାସ କଥା ହେଉଛି ଏହି ଫୋନକୁ ପ୍ରଥମେ ଭାରତରେ ଲଞ୍ଚ କରାଯାଇଛି।

courtesy-91mobiles

ଏହି ଫୋନର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ୬.୩୯ଇଞ୍ଚର ଫୁଲ ଏଚଡି ପ୍ଲସ ସୁପର ଏମୋଲେଡ ଡିସପ୍ଲେ ମିଳିବ। ଏହାବ୍ୟତୀତ ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୬୭୫ପ୍ରୋସେସର ମିଳିବ ଏବଂ ଇନ-ହିସପ୍ଲେ ଟିପଚିହ୍ନ ସେନସର ମଧ୍ୟ ଦିଆଯାଇଛି। ଫୋନରେ ୬ଜିବି ରାମ ସହିତ ୧୨୮ଜିବି ଷ୍ଟୋରେଜ ରହିଛି। ଯାହାକୁ ମେମୋରୀ କାର୍ଡ ସାହାର୍ଯ୍ୟରେ ୨୫୬ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଏହି ଫୋନରେ ରିୟର ପ୍ୟାନେଲ ଉପରେ ତିନୋଟି କ୍ୟାମେରା ମିଳିବ। ଯେଉଁଥିରୁ ଗୋଟିଏ କ୍ୟାମେରା ୧୨ମେଗାପିକ୍ସେଲର, ଦ୍ୱିତୀୟଟି ୮ମେଗାପିକ୍ସେଲର ଏବଂ ତୃତୀୟଟି ୫ମେଗାପିକ୍ସେଲର ଦିଆଯାଇଛି। ଏହାର ଆଗପଟ କ୍ୟାମେରା ୩୨ମେଗାପିକ୍ସେଲର ରହିଛି।

courtesy-pocketnow

ଭିଭୋ ଭି-୧୫ପ୍ରୋରେ ୩୭୦୦ଏମ୍‍ଏଚର ବ୍ୟାଟେରୀ ଦିଆଯାଇଛି ଯାହା ଡୁଆଲ ଇଞ୍ଜିନ ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। ଏହାର ମୂଲ୍ୟ ୨୮,୯୯୦ଟଙ୍କା ରଖାଯାଇଛି। ଏହାର ପ୍ରି-ବୁକିଙ୍ଗ ଉଭୟ ଅନଲାଇନ ଏବଂ ଅଫଲାଇନ ଷ୍ଟୋରରେ ଆରମ୍ଭ ହୋଇସାରିଛି। ଏହି ଫୋନରେ ଜିଓ ତରଫରୁ ଅଫର ମଧ୍ୟ ମିଳିବ।

Leave A Reply