ପପ୍ ଅପ୍ କ୍ୟାମେରା ସହ ବଜାରକୁ ଆସିଲା ଭିଭୋ ଭି-୧୫

0

ନୂଆଦିଲ୍ଲୀ : ଥାଇଲାଣ୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଭୋ ତାର ଭି-୧୫ ସ୍ମାର୍ଟଫୋନକୁ ଲଞ୍ଚ କରିଛି। ଏହାପୂର୍ବରୁ ଭାରତରେ ଭିଭୋ ଭି-୧୫ପ୍ରୋ ଲଞ୍ଚ ହୋଇଥିଲା। ଭି-୧୫ପ୍ରୋ ଭଳି ଏହି ଫୋନରେ ମଧ୍ୟ ୪୮ମେଗାପିକ୍ସେଲର ରିୟର କ୍ୟାମେରା ଦିଆଯାଇଛି। ଏହାବ୍ୟତୀତ ଫୋନରେ ୬ଜିବି ରାମ ଦିଆଯାଇଛି। ଭାରତରେ ଭିଭୋ ଭି-୧୫ର ମୂଲ୍ୟ ୨୪ହଜାର ୫୦୦ଟଙ୍କା।

courtesy-ndtv gadgets

ଏଥିରେ ଡୁଆଲ ସିମ୍ ସପୋର୍ଟ ସହିତ ଆଣ୍ଡ୍ରଏଡ ପାଇ ୯.୦ଆଧାରିତ ପନଚଟ୍ ଓଏସ୍ ରହିଛି। ଭିଭୋ ଭି-୧୫ରେ ୬.୫୩ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ୍ ୧୦୮୦/୨୩୪୦ପିକ୍ସଲ। ଏହାବ୍ୟତୀତ ଏହି ଫୋନରେ ମିଡିଆଟେକ୍ ହିଲିୟୋ ପି-୭୦ପ୍ରୋସେସର, ୬ଜିବି ରାମ ଏବଂ ୧୨୮ଜିବିର ଷ୍ଟୋରେଜ ରହିଛି। ଯାହାକୁ ମେମୋରୀ କାର୍ଡ ସାହାର୍ୟ୍ୟରେ ୨୫୬ଜିବି ପର୍ୟ୍ୟନ୍ତ ବଢାଇପାରିବେ। ଫୋନରେ ଇନ-ଡିସପ୍ଲେ ଟିପଚିହ୍ନ ସେନସର ରହିଛି।

courtesy-yuga tech

ଭିଭୋ ଭି-୧୫ର କ୍ୟାମେରା
ଏହି ଫୋନର କ୍ୟାମେରା ବିଷୟରେ କହିଲେ ଏଥିରେ ୩୨ମେଗାପିକ୍ସେଲର ପପ୍ ଅପ ସେଲଫି କ୍ୟାମେରା ଦିଆଯାଇଛି। ଯାହାର ଅଫର୍ଚର ଏଫ୍/୨.୦। ସେହିଭଳି ରିୟର ପ୍ୟନେଲରେ ତିନୋଟି କ୍ୟାମେରା ରହିଛି। ଯେଉଁଥିରୁ ଗୋଟିଏ ୧୨ମେଗାପିକ୍ସେଲ, ଦ୍ବିତୀୟଟି ୮ମେଗାପିକ୍ସେଲ ବଂ ତୃତୀୟଟି ୫ମେଗାପିକ୍ସେଲର ଦିଆଯାଇଛି। କ୍ୟାମେରା ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ସପୋର୍ଟ ଦିଆଯାଇଛି। ଏଥିରେ ୪ହଜାର ଏମଏଚର ବ୍ୟାଟେରୀ ଦିଆଯାଇଛି। ଯାହା ଡୁଆଲ ଇଞ୍ଜିନ ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। ଫୋନରେ ସଂଯୋଗ ପାଇଁ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଯୁଥ ଭି-୪.୨, ଜିପିଏସ/ଏ-ଜିପିଏସ୍, ଏଫଏମ୍ ରେଡିଓ, ମାଇକ୍ରୋ ୟୁସବି ପୋର୍ଟ ମିଳିବ।

Leave A Reply