ଜାଣନ୍ତୁ, ଶରୀରରେ ଭିଟାମିନ-ସିର ଅଭାବରେ ହେଉଥିବା ରୋଗ ସମ୍ବନ୍ଧରେ …

ଭିଟାମିନ-ସି ସ୍ବାସ୍ଥ୍ୟ ପାଇଁ ଉତ୍ତମ ଅଟେ। କମଳା, ଲେମ୍ବୁ, କିୱି ଇତ୍ୟାଦି ଫଳରେ ଭିଟାମିନ-ସି ଭରପୂର ମାତ୍ରାରେ ରହିଛି। ଏହାର ଅଭାବ ଦ୍ବାରା ଶରୀରର କ୍ଷତି ହୋଇଥାଏ। ପ୍ରତିଦିନର ଖାଦ୍ୟ-ପାନୀୟରେ ଭିଟାମିନ-ସିକୁ ସାମିଲ କରିବା ଉଚିତ। ବୟସ ହିସାବରେ ଏହାକୁ ସେବନ କରିବାର ମାତ୍ରା ମଧ୍ୟ ଭିନ୍ନ ଅଟେ। ତେବେ ଆସନ୍ତୁ ଜାଣିବା ଭିଟାମିନ-ସି ସେବନ କରିବାର ଲାଭ ବିଷୟରେ ..

ଭିଟାମିନ-ସି ଯୁକ୍ତ ଖାଦ୍ୟରେ ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି। ଏହାକୁ ସେବନ କରିବା ଦ୍ବାରା ମୁହଁରେ କୁଞ୍ଚନ ହୋଇ ନ ଥାଏ। ବୟସର ଛାପ ମଧ୍ୟ ମୁହଁରେ ଶୀଘ୍ର ଆସି ନ ଥାଏ।

ଭିଟାମିନନ-ସି ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହାଦ୍ବାରା ଥଣ୍ଡା-ଜ୍ବରର ପ୍ରଭାବ କମ୍ ହୋଇଥାଏ।

ପ୍ରତିଦିନ ଭିଟାମିନ-ସି ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା କୋଲେଷ୍ଟ୍ରଲ ନିୟନ୍ତ୍ରିତ ରହିଥାଏ।

ବେଳେବେଳେ ଦେଖା ଯାଇଥାଏ ଯେ, ଖଣ୍ଡିଆ ହୋଇଗଲେ ରକ୍ତ ଜମାଟ ବାନ୍ଧି ଯାଏ। ଭିଟାମିନ-ସି ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଏହି ସମସ୍ୟା ହୋଇ ନ ଥାଏ।

ଉଚ୍ଚ ରକ୍ତଚାପ ଥିବା ରୋଗୀମାନେ ଭିଟାମିନ-ସି ଭରପୂର ମାତ୍ରାରେ ଖାଇବା ଉଚିତ।

ଶରୀରରେ ଭିଟାମିନ-ସିର ଅଭାବ ହେଲେ ଦାନ୍ତରେ ସେନ୍‌ସିଟିଭ ସମସ୍ୟା ହୋଇଥାଏ।

ଭିଟାମିନ-ସି ଶରୀରରେ କର୍କଟ ରୋଗ ସଂକ୍ରମିତ ହେବାରୁ ରକ୍ଷା କରିଥାଏ। ଏହା କର୍କଟ ରୋଗକୁ ୫୦ପ୍ରତିଶତ କମ୍ କରିଥାଏ।

Comments are closed.