ଭାରତୀୟମାନଙ୍କ ବ୍ୟାଙ୍କିଙ୍ଗ୍‍ ତଥ୍ୟ ଚୋରି କରୁଛି ଏହି ଦୁଇ ଭାଇରସ୍‍

0

ନୂଆଦିଲ୍ଲୀ : ଭାରତରେ ଦୁଇଟି ନୂଆ ଭାଇରସ ଲୋକମାନଙ୍କ ବ୍ୟାଙ୍କିଙ୍ଗ ତଥ୍ୟ ଚୋରି କରୁଥିବା ଅଭିଯୋଗ ହୋଇଛି। ଏହି ସୂଚନା ଇଣ୍ଟରନେଟ ସୁରକ୍ଷା କମ୍ପାନୀ କ୍ୱିକ୍‍ହିଲ ଦେଇଛି। କ୍ୱିକ୍‍ହିଲ ସୁରକ୍ଷା ବିଶେଷଜ୍ଞଙ୍କ ମତରେ ଆଣ୍ଡ୍ରଏଡ୍‍ ମାରଚର ସି ଓ ଆଣ୍ଡ୍ରଏଡ୍‍ ଆଶାକବ ଟି ନାମକ ଦୁଇଟି ଭାଇରସ୍‍ ଚିହ୍ନଟ କରାଯାଇଛି। ଏହି ଦୁଇ ଭାଇରସ ଫେସବୁକ, ହ୍ୱାଟ୍ସ ଆପ, ଟୁଇଟର, ଇଷ୍ଟାଗ୍ରାମ ଭଳି ସାମାଜିକ ଗଣମାଧ୍ୟମ ସହ ବିଭିନ୍ନ ବ୍ୟାଙ୍କିଙ୍ଗ ତଥ୍ୟର ନୋଟିଫିକେସନ କପି କରୁଛି। ବିଶେଷଜ୍ଞମାନେ ଆହୁରି କହିଛନ୍ତି, ଏହି ଦୁଇ ଭାଇରସକୁ ପ୍ରଶାସନିକ ଅଧିକାରୀ ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ୍‍ର ବ୍ୟବହାର କରାଯାଇ ଏହାକୁ ଇଣ୍ଟରନେଟ ହ୍ୟାକ କରିବାରୁ ବଞ୍ଚିତ କରାଯାଇଛି। ଇଣ୍ଟରନେଟ ହେରଫେରରେ ଏହି ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ୍‍ ବ୍ୟବହାର କରାଯାଏ।
କ୍ୱିକ୍‍ହିଲ ଉପ ସମ୍ପାଦକ ସଂଜୟ କାଟକରଙ୍କ ମତରେ, ଭାରତୀୟମାନେ ବିଭିନ୍ନ ସମୟରେ ଆସିଥିବା ବିଭିନ୍ନ ଲିଙ୍କକୁ ଡାଉନଲୋଡ କରୁଛନ୍ତି। ଏହାଦ୍ୱାରା ହ୍ୟାକର୍ସ ମାନଙ୍କୁ ଲୋକମାନଙ୍କ ଚୋରି କରିବାକୁ ସହାୟକ ହେଉଛି। ଏହିପରି ଭାବରେ ଛଅ ମାସ ମଧ୍ୟରେ ଆମେ ତିନୋଟି ଭାଇରସକୁ ଧରିବାରେ ସକ୍ଷମ ହେଉଛି।

Leave A Reply