ବିରାଟଙ୍କୁ ଇନଷ୍ଟାଗ୍ରାମ୍‍ ଆୱାର୍ଡ, ପ୍ରଶଂସକଙ୍କୁ କହିଲେ ଧନ୍ୟବାଦ

0

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଆରମ୍ଭ ହେବାକୁ ଆଉ ମାତ୍ର ଏକ ସପ୍ତାହ। ଏହି ସମୟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବେଶ୍‍ ଆରାମ କରୁଛନ୍ତି। ଶନିବାର ସନ୍ଧ୍ୟାରେ ବିରାଟ ଏକ ଫଟୋ ନିଜ ଇନଷ୍ଟାଗ୍ରାମ୍‍ ଆକାଉଣ୍ଟରେ ସେୟାର କରିଛନ୍ତି। ନିଜ ହାତରେ ସେ ଇନଷ୍ଟାଗ୍ରାମ ପୁରସ୍କାର ଧରିଥିବା ଫଟୋରେ ଦେଖିବାକୁ ମିଳିଛି। ଏଥିସହ ବିରାଟ କିଛି ଲେଖିଛନ୍ତି ମଧ୍ୟ। ୨୦୧୭ରେ ଭାରତରେ ସବୁଠୁ ବ୍ୟସ୍ତବହୁଳ ଇନଷ୍ଟାଗ୍ରାମ ଆକାଉଣ୍ଟ ରହିଥିବା ଯୋଗୁ ତାଙ୍କୁ ଏହି ପୁରସ୍କାର ମିଳିଥିବା ନେଇ ବିରାଟ ଉଲ୍ଲେଖ କରିଛନ୍ତି। ଏଥିପାଇଁ ସେ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ବିରାଟଙ୍କ ଇନଷ୍ଟାଗ୍ରାମ୍‍ ଆକାଉଣ୍ଟ ସହ ୨୦ ମିଲିୟନ (୨ କୋଟି)ରୁ ଅଧିକ ପ୍ରଶଂସକ ଯୋଡି ହୋଇ ରହିଛନ୍ତି। ଗତବର୍ଷ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ସାମାଜିକ ଗଣମାଧ୍ୟମରୁ ଆୟ କରିବା କ୍ଷେତ୍ରରେ ବିରାଟ କୋହଲି ଖେଳାଳିଙ୍କ ମଧ୍ୟରେ ସର୍ବାଗ୍ରେ। ସେ ଗୋଟିଏ ଇନଷ୍ଟାଗ୍ରାମ୍‍ ପୋଷ୍ଟରୁ ୩.୨ କୋଟି ଟଙ୍କା ଆୟ କରିଥାନ୍ତି।

Leave A Reply