ଚଳଚ୍ଚିତ୍ର କରିବେ କି ବିରାଟ !

0

ମୁମ୍ବଇ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ଚାଲୁଥିବା ଏସିଆ କପ୍‍ ଖେଳୁନାହାନ୍ତି। କ୍ରିକେଟ ଦୁନିଆରେ ନିଜର ପ୍ରତିଭା ପ୍ରତିପାଦନ କରିବା ପରେ ବିରାଟ କୋହଲି ଏବେ ଚଳଚ୍ଚିତ୍ର ଜଗତରେ ନିଜର ଭାଗ୍ୟ ପରିକ୍ଷା କରିବାକୁ ଯାଉଛନ୍ତି। ବିରାଟ ନିଜର ଟୁଇଟର ଆକାଉଣ୍ଟ ଯୋଗେ ଏହାର ଖୁଲାସା କରିଛନ୍ତି। ବିରାଟ ଏକ ଫଟୋର ସେୟାର କରିଛନ୍ତି ଯାହାକୁ ପ୍ରଶଂସକ ମାନେ ଦେଖି ଚକ୍କିତ ହୋଇଛନ୍ତି। ବିରାଟ ଏହି ପଟୋଚିତ୍ରରରେ ଆକ୍ସନ ଅବତାରରେ ଥିବା ଦେଖିବାକୁ ମିଳିଛି। ଏଥିରେ ସେ ଲେଖଛନ୍ତି, ‘୧୦ ବର୍ଷପରେ ପୁଣିଥରେ କିଛି ନୂଆ କରିବାକୁ ଯାଉଛି। ମୁଁ ଏହାକୁ ବହୁପ୍ରତିକ୍ଷିତ ଭାବରେ ଅପେକ୍ଷା କରିଛି’। ପୋଷ୍ଟରେ ବିରାଟ ଆକ୍ରୋଶମୂଳକ ଭାବରେ ଦେଖିବାକୁ ମିଳିଛି। ଦୁଇ ବିଲ୍ଡିଂ ମଧ୍ୟରେ ବିଭିନ୍ନ ଗାଡିମାନଙ୍କରେ ନିଆଁ ଲାଗିଥିବାବେଳେ ବିରାଟ ଉଡୁଥିବାର ଫଟୋରେ ଦେଖିବାକୁ ମିଳିଛି। ଏହି ଫଟୋଦ୍ୱାରା ବିରାଟ ନିଜର ପୋଷାକ ବ୍ରାଣ୍ଡର ମଧ୍ୟ ଏକ ପ୍ରୋଜେକ୍ଟ ଲଞ୍ଚ କରିବାକୁ ଯାଉଥିବା ଅନୁମାନ କରାଯାଉଛି।

Leave A Reply