ଖେଳାଳୀଙ୍କ କମ୍ ଅନୁଭବ ଟେଷ୍ଟ ସିରିଜ ହାରିବାର କାରଣ : ବିରାଟ କେହଲି

0

ଲଣ୍ଡନ : ମଙ୍ଗଳବାର ଭାରତ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୧-୪ରେ ପରାଜୟ ବରଣ କରିଛି। ଏନେଇ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି ଲଡ୍ସରେ ହୋଇଥିବା ଟେଷ୍ଟ ମ୍ୟାଚକୁ ଛାଡି ଆମ ଦଳ ଅନ୍ୟ ମ୍ୟାଚରେ ଭଲ ପଦର୍ଶନ କରିଥିଲା। ମାତ୍ର ଆମେ ସିରିଜରେ ପରାଜୟ ବରଣ କରିଛୁ। ଆମ ଖେଳାଳୀଙ୍କର ସିରିଜ ଜିତିବା ପାଇଁ ଯୋଗ୍ୟତା ଥଲେ ମଧ୍ୟ ଦଳରେ କମ୍ ଅନୁଭବ କାରଣରୁ ଆମେ ସିରିଜ ହାରିଛୁ। ସେ କେ. ଏଲ୍‍ ରାହୁଲ ଏବଂ ରୁଷଭ ପନ୍ତଙ୍କ ପ୍ରଶଂସା କରି କହିଛନ୍ତି – ମୁଁ ଉଭୟଙ୍କ ପଦର୍ଶନରେ ବହୁତ ଖୁସି ଅଛି। ଏମାନେ ଭାରତୀୟ କ୍ରିକେଟର ଭବିଷ୍ୟତ ଅଟନ୍ତି।

Leave A Reply