ପୁଣି କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ

0

କେନ୍ଦ୍ରପଡା: ପୁଣି ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ଗତ ଦୁଇ ଦିନ ହେବ ଏହି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଛି । ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏହି ଘଟଣାର ତଦନ୍ତ ଚଳାଇଛି ।

ସୂଚନାଯୋଗ୍ୟ, କେନ୍ଦ୍ରପଡା ଜିଲା ରାଜନଗର ଅଞ୍ଚଳର ଜଣେ ଯୁବତୀ ପହିଲି ରଜ ଦିନ ତାଙ୍କର ବନ୍ଧୁଙ୍କ ସହ ପେଣ୍ଠ ବେଳାଭୂମିକୁ ବୁଲିବାକୁ ଯାଇଥିଲେ । ବେଳାଭୂମି ନିକଟରେ ଥିବା ଏକ ମନ୍ଦିରରେ ଉଭୟେ ବସିଥିବା ବେଳେ କିଛି ଅସାମାଜିକ ଯୁବକ ସେଠାରେ ପହଞ୍ଚି ଗାଳି ଗୁଲଜ କରିବା ସହ ଯୁବତୀଙ୍କ ସହ ଅସଦାଚରଣ କରିଥିଲେ । ଅଭିଯୁକ୍ତମାନେ ଯୁବତୀଙ୍କ ​‌ଡ୍ରେସ୍ ଟଣାଓଟରା କରିବା ସହ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ କିଛି ଯୁବକ ଏହି ଦୃଶ୍ୟକୁ ଭିଡିଓ ରେକର୍ଡିଂ ମଧ୍ୟ କରୁଥିଲେ । ପରେ ଯୁବତୀଙ୍କ ଠାରୁ ମୋବାଇଲ ଫୋନ୍, ଟଙ୍କା ଓ ଗାଡି ଛଡାଇ ନେଇ ଅଭିଯୁକ୍ତମାନେ ଚାଲିଯାଇଥିଲେ।

ସେହି ଦିନ ରାତିରେ ଯୁବକମାନେ ଉକ୍ତ ଯୁବତୀଙ୍କୁ ଫୋନ୍ କରି ଗାଲିଗୁଲଜ କରିବା ସହ ଭିଡିଓ ଭାଇରାଲ କରିବା ନେଇ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଏହି ସମ୍ପର୍କରେ ଯୁବତୀଙ୍କ ପରିବାର ଲୋକ ଜାଣିବା ପରେ ରାଜଗନର ଥାନାରେ ଅଭିଯୋଗ ହୋଇଛି । ଭାଇରାଲ ଅଶ୍ଳୀଳ ଫଟୋ ଓ ଭିଡିଓକୁ ରୋକିବା ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି । ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

Leave A Reply