ମାଟ୍ରିକ ପରୀକ୍ଷା ଶେଷ ଦିନରେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ

0

ବଲାଙ୍ଗୀର : ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବାର ଅଭିଯୋଗ ହୋଇଥିଲା। ପରୀକ୍ଷାର ଶେଷ ଦିନରେ ମଧ୍ୟ ପ୍ରଶ୍ନପତ୍ର ଭାଇରାଲ ହୋଇଥିବାର ଅଭିଯୋଗ ହୋଇଛି। ପରୀକ୍ଷାର ଶେଷ ଦିନରେ ସାମାଜିକ ବିଜ୍ଞାନର ପ୍ରଶ୍ନପତ୍ର ବଲାଙ୍ଗୀର ଜିଲା ଦେଓଗାଁରେ ମୋବାଇଲରେ ଘୁରି ବୁଲିଥିବାର କୁହାଯାଉଛି।

ପ୍ରଶ୍ନପତ୍ର ଭାଇରାଲ ହେବା ଖବର ବୋର୍ଡ ସଭାପତିଙ୍କ ନିକଟରେ ପହଞ୍ଚିଛି। ବୋର୍ଡର ସଭାପତି କହିଛନ୍ତି ଯେ, ଭାଇରାଲ ପ୍ରଶ୍ନପତ୍ର ସହ ପ୍ରକୃତ ପ୍ରଶ୍ନପତ୍ର ମିଳାଇବା ପରେ ପ୍ରକୃତ ସତ୍ୟ ଜଣାପଡିବ।

Leave A Reply