ଭଜନ ଗାୟକ ବିନୋଦ ଅଗ୍ରୱାଲଙ୍କ ପରଲୋକ

0

ନୂଆଦିଲ୍ଲୀ : ପ୍ରସିଦ୍ଧ ଭଜନ ଗାୟକ ବିନୋଦ ଅଗ୍ରୱାଲଙ୍କ ମଥୁରା ସ୍ଥିତ ଏକ ଡାକ୍ତରଖାନାରେ ମଙ୍ଗଳବାର ଭୋର ୪ଟା ସମୟରେ ପରଲୋକ ହୋଇଯାଇଛି।

ସୂଚନା ଅନୁସାରେ, ରବିବାର ସକାଳେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ମଥୁରାର ନୟତି ମେଡିସିଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶରୀରର ଅନେକ ଅଙ୍ଗ ଖରାପ ହୋଇଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା।

ବିନୋଦ ଅଗ୍ରୱାଲ ବୃନ୍ଦାବନର ପୁଷ୍ପାଞ୍ଜଳି ବୈକୁଣ୍ଠ ଆପାର୍ଟମେଣ୍ଟ୍‍ରେ ବାସ କରୁଥିଲେ। ସେ ୧୯୫୫ ମସିହା ଜୁନ୍‍ ୬ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବିବାହ କୁସୁମଲତା ଅଗ୍ରୱାଲଙ୍କ ସହ ହୋଇଥିଲା ଓ ତାଙ୍କର ଦୁଇ ଜଣ ସନ୍ତାନ ମଧ୍ୟ ଅଛନ୍ତି। ତେବେ ଦୁଇ ସନ୍ତାନଙ୍କ ବିବାହ ସରିଯାଇଛି।

ବିନୋଦ ଅଗ୍ରୱାଲ ଭଗବାନ କୃଷ୍ଣଙ୍କର ଜଣେ ବଡ଼ ଭକ୍ତ ଥିଲେ। ତାଙ୍କ ଭଜନର ବିଶେଷତ୍ୱ ହେଉଛି, ସେ ଯେଉଁ ଭଜନ ଗାଉଥିଲେ ସେଥିରେ ସମ୍ପୂର୍ଣ୍ଣ ନିମଗ୍ନ ହୋଇ ଯାଉଥିଲେ ଓ ସମୟ ସମୟରେ ଭାବପ୍ରବଣ ମଧ୍ୟ ହୋଇଯାଉଥିଲେ। ସେ ଦେଶ-ବିଦେଶରେ ୧୫୦୦ରୁ ଅଧିକ ଭଜନ କାର୍ଯ୍ୟକ୍ରମ କରିଛନ୍ତି।

Leave A Reply