ଭୀମସାର ନିର୍ଦ୍ଦେଶକଙ୍କୁ ହତ୍ୟା ଧମକ

0

ବୁର୍ଲା: ଭୀମସାରର ନିର୍ଦ୍ଦେଶକ ଅଶ୍ବିନୀ କୁମାର ପୂଜାହାରୀଙ୍କୁ ଜଣେ ଯୁବକ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ମୁମ୍ବଇରୁ ଜଣେ ଯୁବକ ତାଙ୍କୁ ଏହି ହତ୍ୟା ଧମକ ଦେଇଥିବା ଜଣାପଡିଛି। ଜଣେ ମସ୍ତିଷ୍କ ଆଘାତ ପ୍ରାପ୍ତ ରୋଗୀ ମେଡିକାଲରୁ ଯିବା ପାଇଁ ମନା କରିବା ସତ୍ତ୍ବେ ଡିସଚାର୍ଜ କରି ଦିଆଯାଇଥିଲା। ତେବେ ଏହି ଘଟଣାକୁ ନେଇ ଯୁବକ ଜଣକ ନିର୍ଦ୍ଦେଶକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ପରେ ହତ୍ୟା ଧମକ ଦେଇଥିଲା। ଉକ୍ତ ଯୁବକଙ୍କ ନାମ ପ୍ରଦୀପ ଦାସ ବୋଲି ନିର୍ଦ୍ଦେଶକଙ୍କ ସୂତ୍ରରୁ ପ୍ରକାଶ ପାଇଛି । ତେବେ ଏହାକୁ ନେଇ ନିର୍ଦ୍ଦେଶକ ପ୍ରଫେସର ପୂଜାହାରୀ ବୁର୍ଲା ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply