ଭିଜିଲାନ୍ସ ଦ୍ୱାରା ପ୍ରଧାନ ଶିକ୍ଷକ ଗିରଫ

ନୟାଗଡ଼/ଖଣ୍ଡପଡ଼ା :ନୟାଗଡ଼ ଭିଜିଲାନ୍ସ ବିଭାଗ ଦ୍ୱାରା ଶୁକ୍ରବାର ଜଣେ ପ୍ରଧାନଶିକ୍ଷକ ଗିରଫ ହୋଇଥିବା ଜଣାପଡ଼ିଛି। ଗିରଫ ପ୍ରଧାନ ଶିକ୍ଷକ ନାମ ଉମାଶଙ୍କର ସାହୁ ଏବଂ ଫତେଗଡ଼ ଥାନା ବାହାଡ଼ ଉଚ୍ଚ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ଶ୍ରୀ ସାହୁ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନର ପରିବା ଓ କାଠ ବିଲ୍ କରିବା ପାଇଁ ପ୍ରସନ୍ନ ସାହୁଙ୍କୁ ୧୫ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପ୍ରସନ୍ନ ସାହୁ ଜିଲା ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ଏହି ପରିପ୍ରେକ୍ଷୀରେ,ଆଜି ପ୍ରସନ୍ନ ସାହୁ ପ୍ରଧାନଶିକ୍ଷକଙ୍କୁ କେମିକାଲ ବୋଳାଯାଇଥିବା ଟଙ୍କା ଦେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଭିଜିଲାନ୍ସ କର୍ମଚାରୀମାନେ ପ୍ରଧାନଶିକ୍ଷକଙ୍କ ଠାରୁ ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରି ଭୁବନେଶ୍ୱରରେ ଥିବା ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟରେ ହାଜର କରିଥିଲେ।

Comments are closed.