ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର କବିଚରଣ ନାୟକ

0

ଝାରସୁଗୁଡ଼ା : ଝାରସୁଗୁଡ଼ା ତହସିଲ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର କବିଚରଣ ନାୟକ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କବିଚରଣ ପଟ୍ଟା ସଂଶୋଧନ କରାଇଦେବା ନା’ରେ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଝାରସୁଗୁଡ଼ା ତହସିଲ ଅନ୍ତର୍ଗତ ସାରସମାଲର ବସୁଦେବ ମହାନନ୍ଦ ତହସିଲ କାର୍ଯ୍ୟାଳୟରେ ପଟ୍ଟା ସଂଶୋଧନ ପାଇଁ ଆବେଦନ କରିଥିଲେ। ଏହି କାମ କରାଇଦେବା ପାଇଁ କବିଚରଣ ତାଙ୍କଠାରୁ ୩୦ହଜାର ଟଙ୍କା ଦାବି କରିଥିଲେ। ଏନେଇ ବସୁଦେବ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ତେବେ ପୂର୍ବ ଯୋଜନା ମୁତାବକ ଝାରସୁଗୁଡ଼ା ଭିଜିଲାନ୍ସ ଡିଏସପି ଦିଲ୍ଲୀପ କରଙ୍କ ନେତୃତ୍ୱରେ ଚଢାଉ କରି ତହସିଲ କାର୍ଯାଳୟ ସମ୍ମୁଖରେ କାଳିଚରଣ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣା ଉପରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଝାରସୁଗୁଡ଼ା ଭିଜିଲାନ୍ସ ଡିଏସପି ଦିଲ୍ଲୀପ କର କହିଛନ୍ତି।

Leave A Reply