ଭିଜିଲାନ୍ସ ଜାଲରେ କିରାଣୀ

0

କନ୍ଧମାଳ : ଫୁଲବାଣୀ ପୌରପରିଷଦର କନିଷ୍ଠ କିରାଣୀ ଶରତ ଚନ୍ଦ୍ର ସେଠୀଙ୍କୁ ଭିଜିଲାନ୍ସ ଟିମ୍‍ ଗିରଫ କରିଛି। ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଫୁଲବାଣୀ ଭିଜିଲାନ୍ସ ଟିମ୍‍ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଝାଡ଼ୁଦାର ସ୍ୱର୍ଗତ ଚିତ୍ରସେନଙ୍କ ପେନ୍‍ସନ୍‍ ବାବଦକୁ ବାକିଥିବା ୮୦ ହଜାର ଟଙ୍କାର ଅର୍ଥରାଶି ମଞ୍ଜୁର କରାଇବା ପାଇଁ ତାଙ୍କ ପୁଅ ଗୁପ୍ତେସ୍ୱର ମୁଖୀଙ୍କ ଠାରୁ ଶରତ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଏଥିସହିତ ତାଙ୍କ ସରକାରୀ ବାସଭବନରେ ଚଢାଉ କରାଯାଇ ୨ ଲକ୍ଷ ଟଙ୍କା ଜବତ କରାଯାଇଛି।

Leave A Reply