ଭିଜିଲାନ୍ସ ଜାଲରେ ଗୁଣୁପୁରର କନିଷ୍ଠ ଯନ୍ତ୍ରୀ

0

ରାୟଗଡା: ଭିଜିଲାନ୍ସ ଜାଲରେ ଗୁଣୁପୁର ଆଇଟିଡିଏର କନିଷ୍ଠ ଯନ୍ତ୍ରୀ। କନିଷ୍ଠ ଯନ୍ତ୍ରୀ ଗଗନ ବିହାରୀ ପତିଙ୍କ ଘରେ ଭିଜିଲାନ୍ସ ଟିମ ଚଢଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ବୁଧବାର ସକାଳେ ତାଙ୍କ ଘରେ ଚଢଉ କରିଥିଲେ। ଗଗନଙ୍କ ବ୍ରହ୍ମପୁର ସିଦ୍ଧାର୍ଥ ନଗର ବାସଭବନ, ବ୍ରହ୍ମପୁର କୋ-ଅପରେଟିଭ କଲୋନୀସ୍ଥିତ ପୈତୃକ ଘର, ଶଶ୍ବର ଘର, ସରକାରୀ ବାସଭବନ ଓ ଗୁଣୁପୁର କାର୍ଯ୍ୟାଳୟରେ ଏକକାଳୀନ ଭିଜିଲାନ୍ସ ଚଢଉ କରିଛି।

ମୁନିଗୁଡାସ୍ଥିତ ସରକାରୀ ବାସଭବନରୁ ନଗଦ ୨ଲକ୍ଷ ଟଙ୍କା ସହ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଚଢଉ ଜାରି ରହିଥିବା ବେଳେ ମୋଟ ସମ୍ପତ୍ତିର ଆକଳନ କରାଯାଇ ନାହିଁ।

Leave A Reply