ଭିଜିଲାନ୍ସ ଜାଲରେ ଝରିଗାଁ ଲ୍ୟାମ୍ପସ ସମ୍ପାଦକ

0

ନବରଙ୍ଗପୁର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲା ଝରିଗାଁ ଲ୍ୟାମ୍ପସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି। ଝରିଗାଁ ଲ୍ୟାମ୍ପସ ସମ୍ପାଦକ ଗୟା ନାରାୟଣ ମାଟିଆଙ୍କ ଘର ସମେତ ୮ଟି ସ୍ଥାନରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ଚଢଉ କରିଛି।  କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ନୂଆପଡା ଆଦି ସ୍ଥାନର ୫୦ ଜଣିଆ ଭିଜିଲାନ୍ସ ଟିମ ପକ୍ଷରୁ ଚଡଉ ଜାରି ରହିଛି। ଗୟା ନାରାୟଣଙ୍କର ସୁରିଶ ପଦର, କୁହୁରାକୋଟ, ବେଲଗାଁ ଓ ଝରିଗାଁରେ ଥିବା ଘରେ ଚଢଉ ହୋଇଛି। ଏହାସହ ଚଚ୍ଚା ପଞ୍ଚାୟତ ଅଧିକ ଗ୍ୟାସ ଗୋଦାମ, ଝରିଗାଁ-ଉମରକୋଟ ରାସ୍ତାରେ ଥିବା ପେଟ୍ରୋଲ ପମ୍ପ ଠାରେ ମଧ୍ୟ ଚଢଉ କରାଯାଇଛି। ଚଢଉରେ କଳାହାଣ୍ଡି (ଭବାନୀପାଟଣା) ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ, ନବରଙ୍ଗପୁର ଡିଏସପି ପ୍ରମୋଦ କୁମାର ବାଗ, ଜୟପୁର ଡିଏସପି କେ.କେ. ପାତ୍ର, ରାୟଗଡା ଡିଏସପି ସୁଶାନ୍ତ କୁମାର ବିଶ୍ବାଳ, ନୂଆପଡା ଇନ୍ସପେକ୍ଟର ଶିବରାମ ସାହୁ, ମାଲକାନଗିରି ଶରତ ଚନ୍ଦ୍ର ସାହୁ, ରାୟଗଡାର କଳାବତି ବାଘ, ନବରଙ୍ଗପୁର ଦୀନବନ୍ଧୁ ବେହେରା, ଜୟପୁର ଏସ.କେ ଟାକ୍ରୀ ଓ ପ୍ରମିଳା ସୁନା ପ୍ରମୁଖ ରହିଛନ୍ତି। ଆୟବର୍ହିଭୂତ ସମ୍ପତ୍ତିର ଆକଳନ ଜାରି ରହିଛି ।

Leave A Reply