ଦୁର୍ନୀତି ରୋକିବା ପାଇଁ ସରକାର ଶୂନ୍ୟ ସହନଶୀଳତାର ପଥ ଆପଣାଇଛନ୍ତି : ନବୀନ

ଭୁବନେଶ୍ବର : ବିକାଶ, ଉନ୍ନତି ଓ ସୁଶାସନର ପଥ ରୋଧ କରିଥାଏ ଦୁର୍ନୀତି । ଏହା ଗଣତନ୍ତ୍ରର ମୂଳଦୂଆକୁ ଦୋହଲାଇ ଦେବା ସହ ଜନସାଧାରଣଙ୍କ ଆଶା ଓ ବିଶ୍ୱାସକୁ ଭାଙ୍ଗି ଦେଇଥାଏ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶୁକ୍ରବାର ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ଦୁର୍ନୀତି ନିର୍ବାରଣ ସଚେତନତା ସପ୍ତାହ ପାଳନର ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଦୁର୍ନୀତି ରୋକିବା ପାଇଁ ସରକାର ଶୂନ୍ୟ ସହନଶୀଳତା ମାର୍ଗ ଆପଣେଇବା ସହ ସବୁ ବର୍ଗଙ୍କ ଲୋକଙ୍କ ପାଖରେ ଜନକଲ୍ୟାଣକାରୀ ଯୋଜନାଗୁଡିକ ପହଞ୍ଚାଇବା ପାଇଁ ‘ମୋ ସରକାର’ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

ଏହି ଅବସରରେ ରାଉରକେଲାଠାରେ ଭିଜିଲାନ୍ସର ଏକ ନୂତନ ଶାଖା ଖୋଲା ଯିବା ପ୍ରସ୍ତାବ ଅନୁମୋଦିତ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଉତ୍ସବରେ ୧୭ଜଣ ଭିଜିଲାନ୍ସ ଅଫିସରଙ୍କୁ ସମ୍ମାନୀତ କରାଯାଇଥିଲା।

Comments are closed.