ଭିଜିଲାନ୍ସ ଜାଲରେ ରାଜ୍ୟ ପାଠାଗାର କିରାଣୀ

ଭୁବନେଶ୍ବର :  ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରାର କିରାଣୀ କିଶୋର ଚନ୍ଦ୍ର ସ୍ବାଇଁ ସୋମବାର ମେଡ଼ିକାଲ ବିଲ ଏବଂ ପେନସନ ପେପର କରାଇବା ପାଇଁ ଲାଞ୍ଚ ନେଉଥିବାବେଳେ ଭୁବନେଶ୍ବର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସୂଚନା ଅନୁଯାୟୀ, ନର୍ସିଂ ଚରଣ ସ୍ବାଇଁ ତାଙ୍କ ବାପାଙ୍କର ମେଡ଼ିକାଲ ବିଲ ଏବଂ ପେନସନ ପେପର କରିବା ପାଇଁ  ଯାଇଥିଲେ । ସେଠାରେ ଥିବା କିରାଣୀ କିଶୋର  ତାଙ୍କୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଖବର ପାଇ ଭୁବନେଶ୍ବର ଭିଜିଲାନ୍ସ କିରାଣୀକୁ ଗିରଫ କରିବା ସହ ଟଙ୍କା ମଧ୍ୟ ଜବତ କରିଛି।

Comments are closed.