ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଏଏସ୍ଆଇ

0

ରାଉରକେଲା : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ବ୍ରାହ୍ମଣୀ ତରଙ୍ଗ ଥାନା ଏଏସ୍ଆଇ ଧରାପଡିଛନ୍ତି। ତାଙ୍କ ନାମ ହେଉଛି ମଧୁ ପାତ୍ର। ସେ ଏକ କେସ ପାଇଁ ଜଣଙ୍କ ଠାରୁ ୫୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଉରକେଲା ଭିଜିଲାନ୍ସ ଟିମ ହାତରେ ଧରାପଡିଥିଲେ।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଏଏସଆଇ ଲାଲୁ ରାମ ନାମକ ଜଣେ ବ୍ୟକ୍ତିଙ୍କୁ ମିଥ୍ୟା କେସରେ ଫସାଇ ଦେବାକୁ ଧମକ ଦେଇ ୫୦୦୦ଟଙ୍କା ଲାଞ୍ଚ ମାଗିଥିଲେ। ଲାଲୁଙ୍କ ଠାରୁ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଦ୍ବାରା ଧରାପଡିଛନ୍ତି।

Leave A Reply