ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡିଏସପି

0

ନୂଆପଡା : ଭିଜିଲାନ୍ସ ହାତରେ ଜଣେ ଡିଏସପି ଧରାପଡିଛନ୍ତି। ସେ ହେଉଛନ୍ତି ନୂଆପଡାର ଡିଏସପି ରବିନ୍ଦ୍ର ସେଠୀ। ଡିଏସପି ଜଣଙ୍କ ଠାରୁ ଜାତିଆଣ ମାମଲାରେ ସହାୟତା ପାଇଁ ଜଣଙ୍କ ଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ ସେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି। ତାଙ୍କର ଜଗତସିଂହପୁର କୁଜଙ୍ଗସ୍ଥିତ ପୈତୃକ ବାସଭବନରେ ଚଢାଉ କରାଯାଇଛି। ଏହାସହ ନୂଆପଡା ସରକାରୀ ବାସଭବନ ସମେତ କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରାଯାଇଛି।

Leave A Reply