ହାଉସିଂ ବୋର୍ଡ ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢଉ

0

ଭବାନୀପାଟଣା: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭବାନୀପାଟଣାର ହାଉସିଂ ବୋର୍ଡ ଡେପୁଟି ମ୍ୟାନେଜର ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ଡେପୁଟି ମ୍ୟାନେଜର ମଙ୍ଗୁଳି ଚରଣ ବେହେରାଙ୍କ ଘରେ ଶନିବାର ସକାଳେ ଭିଜିଲାନ୍ସର ଟିମ ପହଞ୍ଚି ଚଢଉ କରିଥିଲା । ଭବାନୀପାଟଣାସ୍ଥିତ ତାଙ୍କ ବାସଭବନ, କାର୍ଯ୍ୟାଳୟ, ଭୁବନେଶ୍ୱରସ୍ଥିତ ଘର ସମେତ ନିଶ୍ଚିନ୍ତକୋଇଲିରେ ଥିବା ପୈତୃକ ଘରେ ଭିଜିଲାନ୍ସର ୪ଟି ଟିମ୍ ଏକକାଳୀନ ଚଢଉ କରିଛି । ଖବର ଲେଖା ହେବା ବେଳକୁ ଚଢଉ ଜାରି ରହିଥିବା ସୂଚନା ମିଳିଛି ।

Leave A Reply