ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

0

ନବରଙ୍ଗପୁର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ କିରାଣୀ। ନବରଙ୍ଗପୁର ରାଇଘରର କନିଷ୍ଠ କିରାଣୀ ପ୍ରକାଶ ଚନ୍ଦ୍ର ମିଶ୍ର ୭,୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି। ମଙ୍ଗଳବାର ଦିନ ୧୧.୪୫ ସମୟରେ ଭିଜିଲାନ୍ସ ଟିମ୍‍ ହାତରେ ଧରା ପଡିଛନ୍ତି।
ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲାର କରଞ୍ଜିଡିହି ଦେଓଗାଓଁର ଶ୍ରବଣ ଗୋନ୍ଦ ତାଙ୍କ ପିତାଙ୍କ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଆବେଦନ କରିଥିଲେ। ସାପ କାମୁଡ଼ାରେ ମୃତ ଜାହୁ ଗୋନ୍ଦଙ୍କ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ କରିବାକୁ କନିଷ୍ଠ କିରାଣୀ ୭ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସାପ କାମୁଡ଼ାରେ ଜାହୁ ଗୋନ୍ଦଙ୍କ ମୃତ୍ୟୁ ପ୍ରମାଣ ପତ୍ର ବିନିମୟରେ ତାଙ୍କୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ। ଏହା ବିନିମୟରେ କନିଷ୍ଠ କିରାଣୀ ୭ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।

Leave A Reply