ଭିଜିଲାନ୍ସ ଜାଲରେ ଆରଆଇଙ୍କ ସମେତ ଦୁଇ କର୍ମଚାରୀ

0

ସୋର: ଭିଜିଲାନ୍ସ ଜାଲରେ ଆରଆଇ ସମେତ ଦୁଇ କର୍ମଚାରୀ। ଜମି ନାମଜାରୀ ପାଇଁ ଲାଞ୍ଚ ନେଉଥିବାବେଳେ ଆରଆଇ ସମେତ ଦୁଇ କର୍ମଚାରୀଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ସବିରା ସୁନାରୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମାଝୀ ଜମି ନାମ ଜାରୀ ପାଇଁ ସୋର ତହସିଲ କେଦାରପୁର ଆରଆଇଙ୍କୁ ଯୋଗଯୋଗ କରିଥିଲେ। ଆରଆଇ ଶ୍ରୀମତୀ କାମିନୀ ପ୍ରଭା ପାଣିଗ୍ରାହୀ ତାଙ୍କୁ ଚାରି ହଜାର ଦୁଇଶହ ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ଣ୍ଣଚନ୍ଦ୍ର ଏ ସମ୍ପର୍କରେ ବାଲେଶ୍ୱର ଭିଜିଲାନ୍ସ ବିଭାଗ ସହିତ ଯୋଗାଯୋଗ କରିଥିଲେ। ପୂର୍ଣ୍ଣଚନ୍ଦ୍ର ଆରଆଇଙ୍କୁ ଟଙ୍କା ଦେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ। ଭିଜିଲାନ୍ସ ଟିମର ଡିଏସପି ସନ୍ତୋଷ କୁମାର ଶତପଥିଙ୍କ ନେତୃତ୍ୱରେ ଏକ ଟିମ ଚଢଉ କରି ଆରଆଇଙ୍କ ଠାରୁ ୪ହଜାର ଦୁଇଶହ ଟଙ୍କା ଜବତ କରିଥିଲେ। ଆରଆଇ ଶ୍ରୀମତୀ କାମିନୀ ପ୍ରଭା ପାଣିଗ୍ରାହୀଙ୍କ ସମେତ ଅନ୍ୟ ଦୁଇ କର୍ମଚାରୀ ବନମାଳୀ ଦିକ୍ଷୀତ ଓ ବସନ୍ତ ପଣ୍ଡାଙ୍କୁ ଗିରଫ କରାଯାଇଛି।

Leave A Reply