ଲ୍ୟାମ୍ପସ୍ ର ପରିଚାଳନା ନିଦେର୍ଶକଙ୍କ ଘରେ ଭିଜିଲାନ୍ସ ଚଢଉ

0

ନବରଙ୍ଗପୁର: ଲ୍ୟାମ୍ପସ୍ ର ପରିଚାଳନା ନିଦେର୍ଶକ ନିଳମ୍ବର ସତପଥୀଙ୍କ ଆଜି ଭିଜିଲାନ୍ସ ପକ୍ଷରୁ ଚଢଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସରକାରୀ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଏକା କାଳୀନ ଚଢଉ ଜାରି ରହିଛି । ତାଙ୍କ ପୈତୃକ ବାସଭବନ ସମେତ ଉମରକୋଟ ହାତପଡାରେ ଥିବା ଦୁଇ ମହଲା କୋଠା ଘର, ଲୁନିଆ ଯୋଡିରେ ଭଡା ଲାଗିଥିବା ଦୁଇ ମହଲା କୋଠା ଘର, ଗୁଲି ପାଟଣରେ ଥିବା ଘର ଏବଂ ସମ୍ପକୀୟଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି ।

Leave A Reply