ଭିଏତନାମ୍‌ ଓପନ ଫାଇନାଲରେ ସୌରଭ

0

ହୋ ଚି ମିନ୍‌ ସିଟି: ହୋ ଚି ମିନ୍‌ ସିଟିରେ ଖେଳାଯାଉଥିବା ଭିଏତନାମ୍‌ ଓପନ୍ ବ୍ୟାଡମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍‌ସ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ସୌରଭ ବର୍ମା। ସେମିଫାଇନାଲରେ ସୌରଭ ଜାପାନର ମିନୋରୁ କୋଗାଙ୍କୁ ସିଧାସଳଖ ୨୨-୨୦, ୨୧-୧୫ଗେମ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲର ପ୍ରଥମ ଗେମ୍‌ରେ ସୌରଭ ଓ ମିନୋରୁଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ତେବେ ସୌରଭ ଟାଇବ୍ରେକର ଜରିଆରେ ପ୍ରଥମ ଗେମ୍‌ ଜିତିବାକୁ ସକ୍ଷମ ହୋଇଥିଲେ। ଦ୍ବିତୀୟ ଗେମ୍‌ରେ ସୌରଭ ଚମତ୍କାର ପ୍ରଦର୍ଶନ କରି ସହଜ ବିଜୟ ହାସଲ କରିବା ସହ ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲେ।
ସୂଚନାଥାଉକି ଭିଏତନାମ୍‌ ଓପନର ପ୍ରଥମ ରାଉଣ୍ଡରେ ସୌରଭଙ୍କୁ ବାଏ ମିଳିଥିଲା। ଦ୍ବିତୀୟ ରାଉଣ୍ଡରେ ସୌରଭ ଜାପାନର କୋଡାଇ ନାରାଓକାଙ୍କୁ ୨୨-୨୦, ୨୨-୨୦ ଗେମ୍‌ରେ ପରାସ୍ତ କରି ପ୍ରିକ୍ବାର୍ଟରରେ ପ୍ରବେଶ କରିଥିଲେ। ପ୍ରିକ୍ବାର୍ଟରରେ ସୌରଭ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୟୁ ଇଗାରାସିଙ୍କୁ ୨୫-୨୩, ୨୪-୨୨ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। କ୍ବାର୍ଟର ଫାଇନାଲରେ ସୌରଭ ୨୧-୧୩, ୨୧-୧୮ ଗେମ୍‌ରେ ଟିଏନ୍‌ ମିନ୍‌ଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ।
ଫାଇନାଲରେ ସୌରଭଙ୍କ ମୁକାବିଲା ଚୀନ୍‌ର ସନ୍‌ ଫେଇ ଜିଆଙ୍ଗ ସହ ହେବ। ଅନ୍ୟ ଏକ ସେମିଫାଇନାଲ ମ୍ୟାଚ୍‌ରେ ସନ୍‌ ୨୧-୧୭, ୨୧-୧୬ ଗେମ୍‌ରେ ଲିନ୍‌ ୟୁ ସିଏନଙ୍କୁ ପରାସ୍ତ କରିଥିଲେ।

Leave A Reply