ନିଖୋଜ ଥିବା ଏଚ୍‌ଡିଏଫ୍‌ସି ଉପାଧ୍ୟକ୍ଷଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗରେ ଜଣେ ଗିରଫ

0

ମୁମ୍ବାଇ . – ୫ ଦିନ ତଳେ ନିଖୋଜ ହୋଇଯାଇଥିବା ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଉପାଧ୍ୟକ୍ଷ ସିଦ୍ଧାର୍ଥ କିରଣ ସିଙ୍ଗଭିଙ୍କର ମୃତ ଦେହକୁ ଉଦ୍ଧାର କରାଯାଇଛି । କାର୍ଯ୍ୟକ୍ଷେତ୍ରରେ ଅସନ୍ତୋଷ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।  ମୁମ୍ବାଇର ନିକଟସ୍ଥ ଥାନେର ହାଜି ମଲଙ୍ଗ ଅଞ୍ଚଳରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।

ହତ୍ୟା ଅଭିଯୋଗରେ  ସରଫରାଜ ଶେଖ ନାମକ ୨୦ ବର୍ଷିୟ ଯୁବକକୁ ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ଶେଖ ବାରମ୍ବାର ନିଜର ମନ୍ତବ୍ୟ ବଦଳାଉଥିବା ମୁମ୍ବାଇର ଡିସିପି  ମଞ୍ଜୁନାଥ ସିଙ୍ଗେ ସୂଚନା ଦେଇଛନ୍ତି । ମୁମ୍ବାଇ ଲୋୟର ପରେଲ୍‌ରେ ଥିବା କମଳା ମିଲ କମ୍ପାଉଣ୍ଡରେ ୩ ଜଣ ସିଦ୍ଧାର୍ଥଙ୍କୁ ଛୁରି ଭୁଷି ହତ୍ୟା କରିଥିବା କଥା ଶେଖ କହୁଛି ।  ସେମାନେ ଏକ ସଉପରେ ତାଙ୍କର ଶରୀରକୁ ଗୁଡାଇ ତାଙ୍କ କାରରେ ରଖିଥିଲେ । ଏହାପରେ ଶେଖକୁ ମୃତଦେହ ନେଇ ଫିଙ୍ଗିଦେବା ପାଇଁ କହିଥିଲେ ବୋଲି ସେ ପ୍ରକାଶ କରିଛି ।

କାର୍ଯ୍ୟକ୍ଷେତ୍ରରେ ଅସନ୍ତୋଷକୁ ନେଇ ସିଦ୍ଧାର୍ଥଙ୍କୁ ହତ୍ୟାକରାଯାଇଥିବା ପୁଲିସ ସୂଚନା ଦେଇଛି । ତେବେ ଏହାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯ।ଉଛି ବୋଲି ପୁଲିସ ପ୍ରକାଶ କରିଛି ।

Leave A Reply