ବରିଷ୍ଠ ସିପିଆଇ ନେତା ଗୁରୁଦାସ ଦାସଗୁପ୍ତାଙ୍କର ପରଲୋକ

କଲକାତା : ପୂର୍ବତନ ସାଂସଦ ତଥା ବରିଷ୍ଠ ସିପିଆଇନେତା ଗୁରୁଦାସ ଦାସଗୁପ୍ତାଙ୍କର ଗୁରୁବାର କୋଲକାତାରେ ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା। ତାଙ୍କ ପରିବାରସୂତ୍ରରୁ ମିଳିଥିବା ଖବର ଅନୁସାରେ ସେ ହୃଦରୋଗରେ ପୀଡିତ ଥିଲେ ଓ ତାଙ୍କର କିଡ୍‍ନୀ ଖରାପ ଥିଲା।

Image Source : News on AIR

ସେ ସିପିଆଇର ପୂର୍ବତନ ସାଧାରଣ ସମ୍ପାଦକ ଥିଲେ ଓ ଜଣେ ଜଣାଶୁଣା ଶ୍ରମିକସଂଘ ନେତା ଥିଲେ। ୨୦୦୧ ମସିହାରେ ସେ ଅଖିଳ ଭାରତ ଶ୍ରମିକ ସଂଘ କଂଗ୍ରେସ – ଏଆଇଟିୟୁସିର ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଥିଲେ। ସେ ରାଜ୍ୟସଭାର ସଦସ୍ୟ
ଥିଲେ ଓ ମେଦିନପୁରରୁ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ଦଳ ମତ ନିର୍ବିଶେଷରେ ରାଜନୈତିକ ଦଳଗୁଡ଼ିକର ନେତାମାନେ ତାଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି।

Comments are closed.