ପରିବା ଦହି ଛୁଙ୍କ

0

ଆବଶ୍ୟକ ସାମଗ୍ରୀ
ପରିବା
ବାଇଗଣ – ଆବଶ୍ୟକ ଅନୁଯାୟୀ
ଆଳୁ – ଆବଶ୍ୟକ ଅନୁଯାୟୀ
ଛୁଇଁ – ଆବଶ୍ୟକ ଅନୁଯାୟୀ
ସାରୁ – ଆବଶ୍ୟକ ଅନୁଯାୟୀ
କଖାରୁ – ଆବଶ୍ୟକ ଅନୁଯାୟୀ
ଜହ୍ନି – ଆବଶ୍ୟକ ଅନୁଯାୟୀ
କଞ୍ଚା କଦଳୀ – ଆବଶ୍ୟକ ଅନୁଯାୟୀ
ଦହି – ୧କପ
ଫୁଟଣ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଭୁସଙ୍ଗପତ୍ର – ଅଳ୍ପ
ଗରମ ମସଲା – ଅଳ୍ପ
ଶୁଖିଲା ଲଙ୍କା – ୨ଟି
ଲୁଣ – ଆବଶ୍ୟକ ଅନୁଯାୟୀ
ତେଲ – ଆବଶ୍ୟକ ଅନୁଯାୟୀ
କଟା ପିଆଜ – ୧ଟି
ଅଦା ରସୁଣ ଛେଚା – ଅଳ୍ପ
କଟା ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପରିବା ସବୁ ଛୋଟ ଛୋଟ ଫାଳ କରି କାଟି ଏହାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସରେ କୁକର ବସାଇ ସେଥିରେ ପାଣି, ହଳଦୀ ଗୁଣ୍ଡ, ଲୁଣ ପକାଇ ପାତ୍ରରେ ରଖିଥିବା ପରିବାକୁ ପକାନ୍ତୁ। ଏହାକୁ ୨ରୁ ୩ଟି ସିଟି ଦେଇ ଭଲ ଭାବେ ସିଜାଇ ଦିଅନ୍ତୁ। ସିଝିବା ପରେ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ଫୁଟଣ, ଶୁଖିଲା ଲଙ୍କା, କଟା ପିଆଜ, ଅଦା ରସୁଣ ଛେଚା,ଜିରା ଗୁଣ୍ଡ, ଧନିଆ ଗୁଣ୍ଡ,ଭୁସଙ୍ଗପତ୍ର,ଲଙ୍କା ଗୁଣ୍ଡ,ଅଳ୍ପ ଲୁଣ ପକାଇ ଭଲ ଭାବେ ଭାଜନ୍ତୁ। ଭଲ ଭାବେ ଭାଜିବା ପରେ ସିଝା ହୋଇ ରହିଥିବା ପରିବାକୁ ଏଥିରେ ପକାନ୍ତୁ। ଏହା ପରେ ଦହି ପକାଇ ସାମାନ୍ୟ ପାଣି ଦେଇ ଗରମ ମସଲା ଓ କଟା ଧନିଆ ପତ୍ର ପକାଇ ୨ମିନିଟ ଫୁଟାନ୍ତୁ। ୨ମିନିଟ ଫୁଟିବା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ପରିବା ଛୁଙ୍କ।

Leave A Reply