ପରିବା ପଲୋଉ

ଆବଶ୍ୟକ ସାମଗ୍ରୀ
ଅରୁଆ ଚାଉଳ – ୨କପ
ଫୁଲ କୋବି – ଅଳ୍ପ
ଗାଜର – ୧ଟି
ମଟର ଛୁଇଁ – ଅଳ୍ପ
ବିନ୍‍ ଛୁଇଁ – ଅଳ୍ପ
କଟା ପିଆଜ – ୨ଟି
ଘିଅ – ଆବଶ୍ୟକ ଅନୁଯାୟୀ
ପନିର – ୨୦୦ ଗ୍ରାମ
ବଟର – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ଗୋଟା ମସଲା – ଗୁଜୁରାତି, ଲବଙ୍ଗ, ଅଳେଇଚ, ଡ଼ାଲଚିନି, ତେଜପତ୍ର
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପରିବାକୁ ଛୋଟ ଛୋଟ କାଟି ଭଲ ଭାବେ ଧୋଇ ଦିଅନ୍ତୁ। ଅରୁଆ ଚାଉଳକୁ ଧୋଇ ଏକ ପାତ୍ରରେ ରଖି କିଛି ସମୟ ବତୁରାଇ ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଗୋଟା ମସଲା ଗୁଜୁରାତି , ଲବଙ୍ଗ, ଡ଼ାଲଚିନି, ତେଜପତ୍ର, ଅଳେଇଚ, ପକାଇ ଭାଜି ଦିଅନ୍ତୁ। ଭାଜିବା ପରେ ଏଥିରେ ବଟର, ଘିଅ ପକାଇ କଟା ପିଆଜକୁ ପକାନ୍ତୁ। ଏହା ପରେ ପନିରକୁ ଛୋଟ ଛୋଟ କାଟି ଏଥିରେ ପକାଇ ଭାଜନ୍ତୁ। ଅଳ୍ପ ଭାଜିି ହେବା ପରେ ପନିର୍‍କୁ କାଢି ଦିଅନ୍ତୁ। ଏବେ ରଖିଥିବା ପରିବାକୁ ଏଥିରେ ପକାଇ ଭାଜନ୍ତୁ। କିଛି ସମୟ ଭାଜିବା ପରେ ବତୁରାଇ ରଖିଥିବା ଚାଉଳକୁ ପକାନ୍ତୁ। ଏବେ ଏଥିରେ ୩ କପ ପାଣି ଦେଇ ଲୁଣ ପକାନ୍ତୁ। ଗ୍ୟାସରେ ୨୦ ମିନିଟ ବସାନ୍ତୁ। ୨୦ ମିନିଟ ପରେ ଏହାକୁ ଗ୍ୟାସରୁ ଓହ୍ଲାଇ ଦେଇ କିଛି ସମୟ ରଖିବା ପରେ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ।

Comments are closed.