ଲଣ୍ଡନରେ ବେଦାନ୍ତକୁ ବିରୋଧ

0

ଲଣ୍ଡନ୍‍: ତାମିଲ୍‍ନାଡ଼ୁର ଟୁଟିକୋରିନ୍‍ ଘଟଣା ପରେ ବେଦାନ୍ତ ବିରୋଧରେ ବିଦେଶରେ ବିରୋଧାଭାସ ପ୍ରକାଶ ପାଇଛି। ବେଦାନ୍ତକୁ ଲଣ୍ଡନ୍‍ ଷ୍ଟକ୍‍ ଏକ୍ସଚେଞ୍ଜରୁ ବାଦ୍‍ ଦେବା ପାଇଁ ୟୁନାଇଟେଡ୍‍ କିଙ୍ଗଡମ୍‍ର ବିରୋଧୀ ଦଳ ଲେବର ପାର୍ଟି ଦାବି କରିଛି। ତାମିଲ୍‍ନାଡ଼ୁରେ ୧୩ ଜଣଙ୍କ ମୃତ୍ୟୁ ଘଟିବା ପରେ ବେଦାନ୍ତ ଖଣିଜ କାରବାର ଅନୈତିକ ବୋଲି ଜଣାପଡ଼ିିଲା। ତେଣୁ ସେଭଳି ଏକ ସଂସ୍ଥାକୁ ଆର୍ଥିକ କାରବାର ପାଇଁ ଅନୁମତି ଦିଆ ନ ଯାଉ ବୋଲି ଲେବର ପାର୍ଟିର ନେତା କହିଛନ୍ତି। ଲଣ୍ଡନରେ ଅବସ୍ଥାପିତ ଭାରତ ହାଇକମିଶନ୍‍ଙ୍କ କାର୍ଯ୍ୟାଳୟ ଆଗରେ ବେଦାନ୍ତ ବିରୋଧରେ ଏକ ବଡ଼ ଧରଣର ବିକ୍ଷୋଭ ଅନୁଷ୍ଠିତ ହେବାକୁ ଯାଉଥିବା ଜଣାପଡ଼ିଛି। ଏତଦ୍‍ବ୍ୟତୀତ ଫଏଲ୍‍ ବେଦାନ୍ତ, ୟୁକେରେ ରହୁଥିବା ତାମିଲ୍‍ ଭାଷାଭାଷୀ, ପେରିୟାର ଆମ୍ବେଦକର ଷ୍ଟଡି ସର୍କଲ୍‍, ସାଉଥ୍‍ ଏସିଆ ସୋଲିଡାରିଟି ଗ୍ରୁପ୍‍, ତାମିଲ୍‍ ସୋଲିଡାରିଟି, ପାରାଇ ଭଏସ୍‍ ଅଫ୍‍ ଫ୍ରିଡମ୍‍, ଭୀରା ତାମିଲିଆର ମୁନ୍ନାଇ ପକ୍ଷରୁ ବେଦାନ୍ତ ଓ ତାମିଲ୍‍ନାଡ଼ୁ ସରକାରଙ୍କ ବିରୋଧରେ ବିଶ୍ୱବ୍ୟାପୀ ବିକ୍ଷୋଭ କରାଯିବ ବୋଲି ଜଣାପଡ଼ିଛି।

Leave A Reply