ସମସ୍ତ ବିଶ୍ବବିଦ୍ୟାଳୟରେ ଏକକ ପ୍ରବେଶିକା ପରୀକ୍ଷା ହେଉ; ରାଜ୍ୟପାଳ

0

ଭୁବନେଶ୍ୱର : ଆଜି ରାଜଭବନରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଅଧ୍ୟକ୍ଷତାରେ କୁଳପତି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟରେ ଏକକ ପ୍ରବେଶିକା ପରୀକ୍ଷା କରାଯିବା ଉପରେ ରାଜ୍ୟପାଳ ଗୁରୁତ୍ଵାରୋପ କରିଛନ୍ତି । ବୈଠକରେ ଆଲୋଚିତ ମୁଖ୍ୟ ପ୍ରସଙ୍ଗ ମଧ୍ୟରେ  ଏହା ସହ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ପଦବୀ ପୂରଣ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସର ଅଗ୍ରଗତି, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟର ଅଗ୍ରଗତି, କ୍ୟାମ୍ପସରେ ଶୃଙ୍ଖଳା ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ୪୦ ଏକର ଜମି ଗାଏବ ଘଟଣା ଆଦି ଥିବା ଜଣାପଡିଛି । ଏତତ୍ ବ୍ୟତୀତ କ୍ୟାମ୍ପସ ଭିତ୍ତିଭୂମି ବିକାଶ, ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଓ ଗବେଷଣାକୁ ବୈଠକରେ ଗୁରୁତ୍ଵ ଦିଆଯାଇଛି । ଏହି ସମ୍ମିଳନୀରେ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହ ୪ଟି ବିଭାଗର ମନ୍ତ୍ରୀ ଓ ସଚିବମାନେ ଯୋଗ ଦେଇଛନ୍ତି ।

Leave A Reply