ବିବାହରେ ବିଳମ୍ବ ହେଉଥିଲେ ଏହି ବାସ୍ତୁ ଟିପ୍ସ ପ୍ରତି ଧ୍ୟାନ ଦିଅନ୍ତୁ

ବାସ୍ତୁ ଶାସ୍ତ୍ରରେ ଦିଗ ଓ ଅନ୍ୟ କାରଣରୁ ସୃଷ୍ଟି ହେଉଥିବା ବାସ୍ତୁ ଦୋଷ ବିଷୟରେ ବର୍ଣ୍ଣନା କରାଯାଇଛି। ବାସ୍ତୁ ଦୋଷ ସଭିଁଙ୍କ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏପରି କେତେକ ବାସ୍ତୁ ଦୋଷ ରହିଛି ଯେଉଁ କାରଣରୁ ବିବାହରେ ବିଳମ୍ବ ହୋଇଥାଏ। ଜାଣନ୍ତୁ ଏହା ବିଷୟରେ ….
ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଦିଗରେ ଶୁଅନ୍ତୁ ନାହିଁ –
ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯେଉଁ ଯୁବକଙ୍କ ବିବାହରେ ବିଳମ୍ବ କିମ୍ବା ବାଧା ସୃଷ୍ଟି ହେଉଛି , ସେମାନେ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଦିଗରେ ଶୋଇବା ଉଚିତ ନୁହେଁ।
କଳା ରଙ୍ଗ ଠାରୁ ଦୂରେଇ ରୁହନ୍ତୁ –
ଯେଉଁ ମାନଙ୍କ ବିବାହରେ ବିଳମ୍ବ ହେଉଛି ସେମାନେ କଳା ରଙ୍ଗର ବ୍ୟବହାର ଯଥାସମ୍ଭବ କମ କରନ୍ତୁ।
ଘରର ଖୁମ୍ବ ତଳେ ଶୁଅନ୍ତୁ ନାହିଁ –
ବାସ୍ତୁ ଅନୁଯାୟୀ, ଘରର ଖୁମ୍ବ ତଳକୁ ଶୋଇଲେ ମଧ୍ୟ ବିବାହରେ ବାଧା ଓ ବିଳମ୍ବ ହୋଇଥାଏ। ତେଣୁ ଏଥିରୁ ଦୂରେଇ ରୁହନ୍ତୁ।
ଅନ୍ଧାରୁଆ କକ୍ଷକୁ ଯାଆନ୍ତୁ ନାହିଁ –
ବିବାହ ଯୋଗ୍ୟ କନ୍ୟା ଓ ଯୁବକମାନେ ସେହି କକ୍ଷରେ ଅଧିକ ସମୟ ରୁହନ୍ତୁ ଯେଉଁଠାରେ ସୂର୍ଯ୍ୟାଲୋକ ଓ ପବନ ଅଧିକ ଯାଉଥିବ, ଅଧିକ ଅନ୍ଧାରୁଆ କକ୍ଷକୁ ଯାଆନ୍ତୁ ନାହିଁ।
ବାସ୍ତୁ ଅନୁଯାୟୀ, କକ୍ଷର ରଙ୍ଗ ଅଧିକ ଗାଢ ରଙ୍ଗ କରନ୍ତୁ ନାହିଁ। କାନ୍ଥର ରଙ୍ଗ ହଳଦିଆ, ଗୋଲାପି ଆଦି କରିବା ଶୁଭଙ୍କର।

Comments are closed.