ଗୃହର ମୁଖ୍ୟଦ୍ବାରରେ ଏହା ରଖିବା ଦ୍ବାରା ମିଳିଥାଏ ଶୁଭ ଫଳ

0

ଘରର ମୁଖ୍ୟଦ୍ବାରକୁ ସୁଖ ପ୍ରବେଶର ଦ୍ବାର କୁହାଯାଇଥାଏ। ମୁଖ୍ୟଦ୍ବାରକୁ ସମୃଦ୍ଧିର ରାସ୍ତା କୁହାଯାଇଥାଏ। ଏହି ସ୍ଥାନରୁ ପରିବାର ସଦସ୍ୟଙ୍କର ଭାଗ୍ୟ ନିର୍ଦ୍ଧାରଣ ହୋଇଥାଏ। ମୁଖ୍ୟଦ୍ବାର ଠିକ ଭାବେ ତିଆରି ନ ହେବା ଦ୍ବାରା ପରିବାର ସଦସ୍ୟଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଘରର ମୁଖ୍ୟଦ୍ବାରରେ କିଛି ଶୁଭ ଓ ଉତ୍ତମ ବସ୍ତୁ ରଖିବା ଆବଶ୍ୟକ। ସେହି ବସ୍ତୁ ଗୁଡିକୁ ଠିକ ଭାବେ ରଖିବା ଦ୍ବାରା ଅନେକ ଲାଭ ହୋଇଥାଏ।

କଳସ :

କଳସର ଅର୍ଥ ସମ୍ପୁର୍ଣ୍ଣତା। ଏହା ଶୁକ୍ର ଓ ଚନ୍ଦ୍ରଙ୍କର ପ୍ରତୀକ ଅଟେ।

ପୂଜା ସ୍ଥାନ ଓ ମୁଖ୍ୟ ଦ୍ବାର ନିକଟରେ କଳସର ସ୍ଥାପନା କରାଯାଇଥାଏ।

ମୁଖ୍ୟଦ୍ବାରରେ ରଖାଯାଉଥିବା କଳସର ମୁଖ ସର୍ବଦା ଚଉଡା ଓ ଖୋଲା ରହିବା ଉଚିତ।

ସେହି କଳସରେ ପର୍ଯ୍ୟାପ୍ତ ପରିମାଣରେ ପାଣି ରଖନ୍ତୁ। ଯଦି ସମ୍ଭବ ତେବେ ଫୁଲର କିଛି ପାଖୁଡା ସେଥିରେ ପକାଇ ରଖିପାରିବେ।

ମୁଖ୍ୟଦ୍ବାରରେ ପାଣି ଭର୍ତ୍ତି ଥିବା କଳସ ରଖିବା ଦ୍ବାରା ଘରର ସମ୍ପୁର୍ଣ୍ଣତା ବଜାୟ ରହିଥାଏ।

ଗୃହ ମଧ୍ୟକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିପାରି ନଥାଏ।

ତୋରଣ :

ଯେକୌଣସି ଶୁଭ କାର୍ଯ୍ୟ କରିବା ବେଳେ ମୁଖ୍ୟଦ୍ବାର ନିକଟରେ ତୋରଣ ଲଗାଇବା ଉଚିତ।

ବିଶେଷ ଭାବେ ଆମ୍ବ ପତ୍ରର ତୋରଣ ଲଗାଇବା ଶୁଭ ହୋଇଥାଏ। ଏହି ତୋରଣକୁ ଯେକୌଣସି ଦିନ ଲଗାଇ ପାରିବେ। କିନ୍ତୁ ମଙ୍ଗଳବାର ଦିନ ଲଗାଇବା ଅତ୍ୟନ୍ତ ଶୁଭ ଅଟେ।

ଆମ୍ବ ପତ୍ର ଘର ମଧ୍ୟକୁ ସୁଖ ଆଣିବାରେ ସହାୟକ ହୋଇଥାଏ।

ଏହି ପତ୍ରରେ ଥିବା ଏକ ବିଶେଷ ସୁଗନ୍ଧ ମାନସିକ ଚିନ୍ତା ଦୂର କରିଥାଏ। ତେଣୁ ଏହି ପତ୍ରରେ ତୋରଣ କରି ମୁଖ୍ୟଦ୍ବାରରେ ଲଗାଯାଇଥାଏ।

ସ୍ବସ୍ତିକ ଚିହ୍ନ :

ଘରେ ଯେକୌଣସି ଶୁଭ କାର୍ଯ୍ୟ ବେଳେ ସ୍ବସ୍ତିକ ଚିହ୍ନ କରାଯାଇଥାଏ।

ଏହା ଯେକୌଣସି ସ୍ଥାନର ଶକ୍ତିକୁ ନିୟନ୍ତ୍ରିତ କରିବା ନିମନ୍ତେ କରାଯାଏ।

ଏହାର ଭୁଲ ପ୍ରୟୋଗ ଦ୍ବାରା ବିପରୀତ ଫଳ ମିଳିଥାଏ।

ସ୍ବସ୍ତିକ ଚିହ୍ନର ବ୍ୟବହାର ଦ୍ବାରା ମନୁଷ୍ୟ ଜୀବନରେ ଅନେକ ସମସ୍ୟାର ସମାଧାନ ହୋଇଥାଏ।

ଲାଲ ଓ ହଳଦିଆ ରଙ୍ଗର ସ୍ବସ୍ତିକ ଚିହ୍ନ ବିଶେଷ ପ୍ରଭାବଶାଳୀ ହୋଇଥାଏ।

ଘରର ମୁଖ୍ୟଦ୍ବାରର ଉଭୟ ପଟେ ଲାଲ ରଙ୍ଗର ସ୍ବସ୍ତିକ ଚିହ୍ନ କରିବା ଦ୍ବାରା ବାସ୍ତୁ ସମ୍ବନ୍ଧୀୟ ଦୋଷ ସମାପ୍ତ ହୋଇଥାଏ।

ହଳଦିଆ ରଙ୍ଗର ସ୍ବସ୍ତିକ ଚିହ୍ନ କରିବା ଦ୍ବାରା ପରିବାର ସଦସ୍ୟଙ୍କର ସ୍ବାସ୍ଥ୍ୟ ଭଲ ରହିଥାଏ।

ଘୋଡାର ନାଲ :

ଏହାର ସମ୍ବନ୍ଧ ଶନିଙ୍କ ସହ ରହିଛି। ଘୋଡା ନାଲର ବ୍ୟବହାର ଦ୍ବାରା ଶନିଙ୍କ କୋପ ଦୃଷ୍ଟିରୁ ରକ୍ଷା ପାଇପାରିବା।

ଏହାକୁ ଘରର ମୁଖ୍ୟଦ୍ବାର ସମ୍ମୁଖରେ ଲଗାଇବା ଉଚିତ।

ଏହାଦ୍ବାରା ଘରର ସମସ୍ତ ସଦସ୍ୟଙ୍କର ମଙ୍ଗଳ ହେବା ସହ ଉନ୍ନତି ହୋଇଥାଏ।

ଗଣେଶଙ୍କ ମୂର୍ତ୍ତି :

ଘରର ସୁଖଶାନ୍ତି ପାଇଁ ମୁଖ୍ୟଦ୍ବାରରେ ପ୍ରଭୁ ଗଣେଶଙ୍କର ମୂର୍ତ୍ତି କିମ୍ବା ଫଟୋ ଲଗାଇବା ଉଚିତ। କିନ୍ତୁ ଫଟୋ ଲଗାଇବା ବେଳେ କିଛି ନିୟମ ପାଳନ କରିବା ଉଚିତ।

ପ୍ରଭୁ ଗଣେଶଙ୍କର ପିଠି ପଟ ଦରିଦ୍ର ଓ ପେଟ ଉନ୍ନତିର ଦିଗ ହୋଇଥାଏ।

ତେଣୁ ଘରର ମୁଖ୍ୟଦ୍ବାରରେ ଏପରି ଭାବେ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାନ୍ତୁ ଯେପରି ତାହା ଗୃହ ମଧ୍ୟକୁ ପ୍ରବେଶ କଲା ପରି ରହୁଥିବ।

ଗଣେଶଙ୍କ ମୂର୍ତ୍ତି ଘରର ବାହାରେ ରହିବା ଦ୍ବାରା ଧନର ଅଭାବ ଦେଖା ଦେଇଥାଏ।

ଘରର ମୁଖ୍ୟଦ୍ବାର ପାଖରେ ଭିତରକୁ ମୂର୍ତ୍ତି ରଖିବା ଦ୍ବାରା ଅନେକ ବାଧାବିଘ୍ନ ଦୂର ହୋଇ ସଫଳତା ମିଳିଥାଏ।

Leave A Reply