ପାଠ ପଢି ମଧ୍ୟ ପିଲା ମନେ ରଖୁନାହିଁ କି? କାରଣ ହୋଇ ପାରେ ବାସ୍ତୁ ଦୋଷ

ଗୃହରୁ ନକରାତ୍ମକ ଶକ୍ତି ଦୂର କରିବା ପାଇଁ ବିଭିନ୍ନ ଉପାୟ ରହିଛି । ସେଗୁଡିକୁ ଅବଲମ୍ବନ କରି ଆପଣ ନକରାତ୍ମକ ଶକ୍ତି ଦୂର କରିବା ସହ ଗୃହର ବାତାବରଣକୁ ମଧ୍ୟ ଠିକ୍ କରି ପାରିବେ । ଏହା ସହ ଗୃହରେ ଥିବା ବିଭିନ୍ନ ଛୋଟ ବଡ ସମସ୍ୟାକୁ ମଧ୍ୟ ଦୂର କରି ପାରିବେ ।

ଯଦି ଆପଣଙ୍କ ପିଲା ପାଠ ପଢୁଛି ହେଲେ ମନେ ରଖି ପାରୁନି । ପଢିଲା ପରେ ତୁରନ୍ତ ଭୁଲି ଯାଉଛି । ତେବେ ଏଥିରେ ଦୋଷ ଆପଣଙ୍କ ପିଲାର ନୁହେଁ ବରଂ ଆପଣଙ୍କ ଗୃହରେ ବାସ୍ତୁ ଦୋଷ ରହିଛି । ଏହି ସମସ୍ୟା ଦୂର କରିବା ପାଇଁ ପିଲା ସକାଳୁ ଉଠାଇ ଖୋଲା ସ୍ଥାନରେ ଧ୍ୟାନ କରିବାକୁ କୁହନ୍ତୁ । ଏହା ଦ୍ବାରା ପିଲାକୁ ବହୁତ ଲାଭ ମିଳିବ ।

ପଢା ଘରେ ବା ଅଧ୍ୟୟନ କକ୍ଷରେ ମା’ ସରସ୍ବତୀ ଏବଂ ଭଗବାନ ଗଣେଶଙ୍କ ମୂର୍ତ୍ତି ବା ଫଟୋ ଚିତ୍ର ରଖନ୍ତୁ । ଏହା ଦ୍ବାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଯିବ ।

ପଢା ଘରର ରଙ୍ଗ ସର୍ବଦା ହାଲୁକା ରଙ୍ଗ ହେବା ଆବଶ୍ୟକ । ଏହା ଦ୍ବାରା ପିଲାଟି ନିଜ ପାଠ ପଢା ପ୍ରତି ଅଧିକ ଧ୍ୟାନ ଦେଇଥାଏ । ପଢା ଘରର ସର୍ବଦା ଦକ୍ଷିଣ ବା ପଶ୍ଚିମ ଦିଗର ହେବା ଦରକାର ।

ମୟୂର ପୁଚ୍ଛ ସାହାଯ୍ୟରେ ଘରୁ ନକରାତ୍ମକ ଶକ୍ତି ଦୂର କରାଯାଇପାରିବ । ତେଣୁ ଏହାକୁ ଘରେ ରଖିବା ଦ୍ବାରା ଶୁଭଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି । ମୟୁର ପୁଚ୍ଛ ପୂଜା ଘରେ ରଖିବା ବ୍ୟତୀତ ପିଲାଙ୍କ ପଢା ଘରେ ମଧ୍ୟ ରଖିପାରିବେ । ଏହା ଦ୍ବାରା ପିଲାଙ୍କ ବୈଦ୍ଧିକ ଶକ୍ତି ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ ।

Comments are closed.