ଗୃହରେ ପ୍ରଜାପତି ଷ୍ଟିକରର ସୁପ୍ରଭାବ

0

ସଂପର୍କରେ ଭଲ ପାଇବା ସର୍ବଦା ରଖିବାକୁ ହେଲେ ସଭିଁଏ ବହୁ ଉପାୟ କରିଥାଆନ୍ତି। ବାସ୍ତୁ ଅନୁଯାୟୀ ଗୃହରେ ପ୍ରଜାପତିର ଷ୍ଟିକର୍‍ ଖୁବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ପ୍ରଜାପତିର ଷ୍ଟିକରକୁ ଆପଣ ବେଡ଼୍‍ ରୁମ୍‍, ଡ଼୍ରଇଂ ରୁମରେ ରଖିପାରିବେ। ନୀଳ ରଙ୍ଗର ପ୍ରଜାପତି ଭଲ ପାଇବାର ପ୍ରତୀକ ଅଟେ।ଏହି ରଙ୍ଗର ୨ଟି ପ୍ରଜାପତି ବେଡ଼୍‍ ରୁମରେ ରଖିଲେ ଏହା ଖୁବ ଶୁଭଫଳ ପ୍ରଦାନ କରେ।
ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
ପ୍ରଜାପତି ଲକେଟ ଥିବା ଅଳଙ୍କାର ମଧ୍ୟ ବହୁ ଲୋକେ ପିନ୍ଧିଥାଆନ୍ତି। ଏହା ମଧ୍ୟ ଖୁବ ଶୁଭଫଳ ଦେଇଥାଏ।ଏହାକୁ ଗୃହରେ ଏପରି ସ୍ଥାନରେ ଲଗାନ୍ତୁ, ଯେପରି ଘରକୁ ପ୍ରବେଶ କରିବାର ଦୂର ସ୍ଥାନରୁ ମଧ୍ୟ ଦେଖାଯାଉଥିବ।
ଏହା ଦ୍ୱାରା ସଂପର୍କରେ ମଧୁରତା ଭରିଯାଇଥାଏ। ଗୃହରେ ସର୍ବଦା ଖୁସିର ବାତାବରଣ ରହେ।

Leave A Reply