ଗୃହରେ ସକରାତ୍ମକ ଶକ୍ତି ପାଇଁ କରନ୍ତୁ ଏହି ଉପାୟ

ସଂସାରରେ ଥିବା ଅନେକ ବସ୍ତୁରେ ସକରାତ୍ମକ ଓ ନକରାତ୍ମକ ଶକ୍ତି ଥାଏ। ସକରାତ୍ମକ ଶକ୍ତି ଶୁଭଫଳ ପ୍ରଦାନ କରିଥାଏ। ମାତ୍ର ନକରାତ୍ମକ ଶକ୍ତି ଅଶୁଭ ଫଳ ଦେଇଥାଏ। ବାସ୍ତୁ ଅନୁଯାୟୀ, କିଛି ସହଜ ଉପାୟ ଦ୍ୱାରା ଆମେ ସକରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି କରି ପାରିବା। ଜାଣନ୍ତୁ ସେ ବିଷୟରେ….
ଘରକୁ ସର୍ବଦା ସଫା ରଖନ୍ତୁ।
ଘରର ଅଗଣାରେ ତୁଳସୀ ବୃକ୍ଷ ଲଗାଇ, ନିୟମିତ ସକାଳେ ପୂଜାର୍ଚ୍ଚନା କରିବା ସହ ସନ୍ଧ୍ୟାରେ ଘିଅର ଦୀପ ଲଗାନ୍ତୁ।
ପୂଜାର୍ଚ୍ଚନା ସମୟରେ ପ୍ରତ୍ୟେକ ଦିନ ଭଗବାନଙ୍କ ନିକଟରେ ଦୀପ ଲଗାନ୍ତୁ ଓ ପ୍ରାର୍ଥନା କରନ୍ତୁ।
ଚେଷ୍ଟା କରନ୍ତୁ ଘରେ ଯେପରି କଳହ ନ ହୁଏ। ସର୍ବଦା ହସଖୁସିର ବାତାବରଣରେ ରୁହନ୍ତୁ।
ଘରେ ଥିବା ପୁରୁଣା ଜୋତାଚପଲ ପକାଇ ଦିଅନ୍ତୁ।
ରୋଜଗାର ହେଉଥିବା ଧନରୁ ଅଳ୍ପେ ବହୁତେ ସର୍ବଦା ସଞ୍ଚୟ କରି ରଖନ୍ତୁ।
ଧନ ରଖିଥିବା ସ୍ଥାନକୁ ସର୍ବଦା ସ୍ୱଚ୍ଛ ରଖନ୍ତୁ।
ଘରର ବିଛଣାକୁ ସର୍ବଦା ସଠିକ ଓ ପରିଷ୍କାର ରଖନ୍ତୁ।

Comments are closed.