ବାସ୍ତୁ ନିୟମ

ବାସ୍ତୁଶାସ୍ତ୍ରରେ କେତୋଟି ସରଳ ଉପାୟକୁ ମାନି ଚଳିଲେ ଘରେ ଧନଧାନ୍ୟର ଅଭାର ଆଦୌ ହୋଇନଥାଏ। ବାସ୍ତୁବିତଙ୍କ ମତରେ ଏହି ସମସ୍ତ ନିୟମ ମାନି ଚଳିଲେ ଜୀବନ ସୁଖପ୍ରଦ ହୋଇଥାଏ।
ବାସ୍ତୁଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତି ମା’ ଲକ୍ଷ୍ମୀଙ୍କର ଫଟୋ ନିଜ ପର୍ସରେ ରଖିବା ଶୁଭଙ୍କର। ଏହାର ପ୍ରଭାବରେ ଯଦିଓ ଶୂନ୍ୟରୁ ଟଙ୍କା ଆସି ଭର୍ତ୍ତି ହୋଇନଥାଏ, ହେଲେ ଲୋକଙ୍କ ଖର୍ଚ୍ଚରେ ନିୟନ୍ତ୍ରଣ ଆସିଥାଏ।
ଅନ୍ୟ ଏକ ଉପାୟ ହେଉଛି ନିଜ ପର୍ସରେ ଅଳ୍ପ ଅରୁଆ ଚାଉଳ ରଖନ୍ତୁ। ଏହାର ପ୍ରଭାବ ମଧ୍ୟ ଉତ୍ତମ ରହିଥାଏ ବୋଲି ଲୋକମୁଖରୁ ପ୍ରକାଶ।
ଏହା ବାଦ୍‍ ମନିପର୍ସ କିମ୍ବା ନିଜ ବ୍ୟାଗରେ ଖାଦ୍ୟଦ୍ରବ୍ୟ ରଖିବା ଅନୁଚିତ। ପବିତ୍ର ଜିନିଷମାନ ନିଜ ବ୍ୟାଗରେ ସ୍ଥାନ ଦେବା ଭଲ। ରୁଦ୍ରାକ୍ଷ ରଖିବା ବ୍ୟାଗରେ ଖୁବ୍‍ ଶୁଭଙ୍କର ବୋଲି ବାସ୍ତୁବିତ୍‍ ପ୍ରକାଶ କରିଛନ୍ତି।
କେରଳର ଲୋକେ ବାସ୍ତୁଶାସ୍ତ୍ରର ପ୍ରଭାବକୁ ଖୁବ୍‍ ସମ୍ମାନ ଦେଇଥାନ୍ତି। ସେଠା ଲୋକେ ନିଜ ପର୍ସରେ ଗାଈ ଗୋବରକୁ ରଖନ୍ତି। ଏହା ଦ୍ୱାରା ସେମାନଙ୍କ ପର୍ସ ଖାଲି ହୋଇନଥାଏ ବୋଲି ସଂଖ୍ୟାଧିକ ଲୋକ ମତ ଦେଇଛନ୍ତି।
କେବେହେଲେ ଫଟା ପର୍ସ ପାଖରେ ରଖିବେ ନାହିଁ। ଏହା ଦାରିଦ୍ର୍ୟର ସଙ୍କେତ ଦେଇଥାଏ।
ନିଜ ଘରେ ପୁରୁଣା ପର୍ସ କିମ୍ବା ବ୍ୟାଗ୍‍ ରଖିବା ମଧ୍ୟ ଘରର ଆର୍ଥିକ ପରିସ୍ଥିତିକୁ ପ୍ରଭାବିତ କରେ।

Comments are closed.