ଏହି କାରଣରୁ ସୃଷ୍ଟି ହୋଇଥାଏ ବାସ୍ତୁ ସମସ୍ୟା ଓ ଧନର ଅଭାବ

ବାସ୍ତୁଦୋଷ କାରଣରୁ ଗୃହରେ ରୋଗ, ଚିନ୍ତା, ଧନର ଅଭାବ ଭଳି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ସମସ୍ୟା କାରଣରୁ ଆପଣ ସର୍ବଦା ଚିନ୍ତିତ ରହିଥାଆନ୍ତି। ବହୁ ସମୟରେ ଏପରି ଦେଖାଯାଏ, ଯେ ଟଙ୍କା ରୋଜଗାର କଲେ ମଧ୍ୟ ଆଶାନୁରୂପକ ସଞ୍ଚୟ ହୋଇପାରିନଥାଏ ଓ ଟଙ୍କାପଇସାର ଅଭାବ ଲାଗି ରହେ। ଶାସ୍ତ୍ରରେ ଏପରି କିଛି କଥା ବିଷୟରେ ବର୍ଣ୍ଣନା କରାଯାଇଛି, ଯେଉଁ କାରଣରୁ ଏଭଳି ସମସ୍ୟା ଲାଗି ରହିଥାଏ। ଜାଣନ୍ତୁ ଏହା ବିଷୟରେ….
ଗୁରୁଜନଙ୍କ ଅପମାନ କରିବା ଦ୍ୱାରା –
ଯେଉଁମାନେ ବଡ଼ମାନଙ୍କର ଅପମାନ କରିଥାଆନ୍ତି ଓ ଖରାପ ବ୍ୟବହାର କରିଥାଆନ୍ତି। ସେମାନଙ୍କ ଉପରେ ମା’ଲକ୍ଷ୍ମୀଙ୍କ କୃପା ରହିନଥାଏ। ଶାସ୍ତ୍ରରେ କୁହାଯାଇଛି, ବଡ଼ମାନଙ୍କୁ ସମ୍ମାନ କରୁଥିବା ବ୍ୟକ୍ତି ଜୀବନରେ ଅଧିକ ଉନ୍ନତି କରିଥାଆନ୍ତି। ଭଗବାନଙ୍କ ଆଶାର୍ବାଦ ସର୍ବଦା ସେମାନଙ୍କ ଉପରେ ରହିଥାଏ।
ସକାଳୁ ଉଠିବା ପରେ ଏହା ଦେଖିବା ଅନୁଚିତ –
ବହୁ ଲୋକଙ୍କର ରୋଷେଇ ଘର ଅସନା ଅପରିଷ୍କାର ହୋଇରହିଥାଏ। ଏପରି ଘରର ପରିବାର ସଦସ୍ୟଙ୍କ ଜାତକରେ ବିଭିନ୍ନ ଗ୍ରହଙ୍କର କୁପ୍ରଭାବ ପଡ଼ିଥାଏ। କୁହାଯାଏ ଯେ, ରୋଷେଇ ଘରକୁ ସର୍ବଦା ସଫାସୁତୁରା ରଖିବା ଉଚିତ। ରାତିର ଅଇଁଠା ବାସନକୁ ସକାଳ ଯାଏଁ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଘରେ ସର୍ବଦା ଧନର ଅଭାବ ହୋଇଥାଏ।
ଶୋଇବା କକ୍ଷର ବିଛଣା ସର୍ବଦା ସଫାସୁତୁରା ରଖିବା ଉଚିତ। ବିଛଣା ଅପରିଷ୍କାର ହେଲେ ବାସ୍ତୁ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଲାଗି ରହିଥାଏ।
ଗୃହର ସମ୍ମୁଖରେ ଜୋତାଚପଲ ଏଣେତେଣେ ପକାଇବା ଉଚିତ ନୁହେଁ। ଏହାଛଡ଼ା ଘରର ବାହାରକୁ ପିନ୍ଧି ଯାଉଥିବା ଜୋତା ଘର ଭିତରେ ପିନ୍ଧନ୍ତୁ ନାହିଁ। ଏହା ଦ୍ୱାରା ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

Comments
Loading...