ଉତ୍ତରକୋରିଆକୁ ଭିକେ ସିଂହଙ୍କ ଅତର୍କିତ ଗସ୍ତ

0

ନୂଆଦିଲ୍ଲୀ : ଅପ୍ରତ୍ୟାଶିତ ଘଟଣାକ୍ରମେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି. କେ. ସିଂହ ଉତ୍ତରକୋରିଆ ଗସ୍ତରେ ଯାଇ ବୁଧବାର ପୟୋଙ୍ଗାୟାଙ୍ଗରେ ପହଞ୍ଚିଛନ୍ତି। ଉତ୍ତରକୋରିଆ ସରକାରୀ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି। ଧାର୍ଯ୍ୟ ତାରିଖ ଅନୁସାରେ ପ୍ରଥମ ଭାରତୀୟ ମନ୍ତ୍ରୀ ଭାବେ ଭିକେ ସିଂହ ଉତ୍ତରକୋରିଆକୁ ମେ’ ୧୫ ଏବଂ ୧୬ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି। ସେଠାରେ ସେ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‍ ୟୋଭ୍‍ଗ ଦାଇ, ସଂସ୍କୃତି ଏବଂ ବିଦେଶ ମନ୍ତ୍ରୀଙ୍କୁ ଭେଟି ଆଞ୍ଚଳିକ, ଅର୍ଥନୀତି, ସଂସ୍କୃତି ଏବଂ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଆଲୋଚନା କରିଛନ୍ତି। ଆମେରିକା ଏବଂ ଦକ୍ଷିଣ କୋରିଆ ସହ ଉତ୍ତର କୋରିଆର କଥାବାର୍ତ୍ତା ଓ ଶାନ୍ତି ସ୍ଥାପନ ପ୍ରକ୍ରିୟା ଆରମ୍ଭକୁ ଭିକେ ସିଂହ ସ୍ୱାଗତ କରିଛନ୍ତି। ପରମାଣୁ କାର୍ଯ୍ୟକ୍ରମ ସହିତ ବହୁ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।

Leave A Reply