ଉତ୍କଳମଣି ଗୋପବନ୍ଧୁଙ୍କୁ  ଭାରତ ରତ୍ନ ପ୍ରଦାନ ପାଇଁ ଦାବି ତୀବ୍ର 

0

ଭୁବନେଶ୍ୱର: ଉତ୍କଲମଣି ଗୋପବନ୍ଧୁଙ୍କୁ  ଭାରତରତ୍ନ  ଉପାଧିରେ ସମ୍ମାନିତ କରିବା ପାଇଁ ଦାବି ଜୋର ଧରିଛି । ଗରିବ , ନିସହାୟ ଲୋକଙ୍କର ସେବା ପାଇଁ ଗୋପବନ୍ଧୁ ନିଜ ଜୀବନକୁ ଉତ୍ସଗ କରିଥିଲେ । ଉତ୍କଳମଣିଙ୍କର ୯୦ ତମ ଶ୍ରାଦ୍ଧ ବାର୍ଷିକ ପାଳନ  ଅବସରରେ ଭାରତ ରତ୍ନ ଉପାଧିରେ ସମ୍ମାନିତ କରିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି । ରାଜ୍ୟ ସଭାର ସାଂସଦ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏହି ପ୍ରୟାସ ଆରମ୍ଭ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର ସ୍ତରରେ ସେ ଏହି ପ୍ରୟାସ କରିବେ ବୋଲି କହିଛନ୍ତି । ଉତ୍କଳମଣି ଗୋପବନ୍ଧୁଙ୍କର ସମ୍ମାନ ଓଡିଶାର ସମ୍ମାନ ହେବ ବୋଲି ସେ ପ୍ରକାଶ କରିଛନ୍ତି । ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡିଆ ଖବର କାଗଜ ସମାଜ ୯୮ ବର୍ଷ ପୂରଣ କରିଛି । ଗୋପବନ୍ଧୁଙ୍କ ନାମରେ ବିଶ୍ୱର ପ୍ରଥମ ଆଦିବାସୀ ବିଶ୍ୱବିଦ୍ୟାଳୟ କିସ୍‌ରେ ଏକ ଚେୟାର ପ୍ରତିଷ୍ଠା କରାଯାଇଛି । ଏଥିରେ ଗୋପବନ୍ଧୁଙ୍କ ବିଷୟରେ ଗବେଷଣା କରାଯିବା ସହ ବିଭନ୍ନ ଅଜଣା କଥା ପ୍ରକାଶନ କରାଯିବ । ଜଣେ ପ୍ରଧ୍ୟାପକ ଏହାର ଦାୟିତ୍ୱରେ ରହିବେ ।

ଡକ୍ଟର ଅଚ୍ୟୁତ ସାମନ୍ତ , ଉତ୍କଳମଣି ଗୋପବନ୍ଧୁଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ସହ କଥାବାର୍ତ୍ତା କରିବେ । ଏହାର ସମସ୍ତ ଜରୁରୀ କଥା ବାର୍ତ୍ତା ଓ  ଔପଚାରିକତା ପୂରଣ କରିବେ ବୋଲି କହିଛନ୍ତି । ଗୋପବନ୍ଧୁ ଦାସ ପଥରେ ଅଗ୍ରସର ହେବା ପାଇଁ ଲୋକ ସେବକ ମଣ୍ଡଳର ଅଧ୍ୟକ୍ଷ ଦୀପକ ମାଲବ୍ୟ ଆହ୍ୱାନ ଦେଇଛନ୍ତି ।

୧୩ ଜଣ ବ୍ୟକ୍ତି ବିଶେଷଙ୍କୁ ମରଣୋପରାନ୍ତ  ଭାବେ ମିଳିଛି ଭାରତ ରତ୍ନ

ଭାରତରତ୍ନ ହେଉଛି   ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ।  ଜାନୁଆରି ୨ ତାରିଖରେ ଏହାକୁ ଆରମ୍ଭ କରାଯାଇଥିଲା । ତତ୍‌କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏହାକୁ ଆରମ୍ଭ କରିଥିଲେ ।

୧୯୫୪ରେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ଉପାଧି ସହ ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ପ୍ରଦାନ ଆରମ୍ଭ ହୋଇଥିଲା । ଯେକୌଣସି ଜାତି, ବୃତ୍ତି (ଜୀବନ ସହ ଜଡ଼ିତ ସବୁ କ୍ଷେତ୍ରରେ ମହାନ ଅବଦାନ), ପାହ୍ୟା କିମ୍ବା ଲିଙ୍ଗର ବ୍ୟକ୍ତି ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥାଆନ୍ତି । ଭାରତରତ୍ନ ନିମନ୍ତେ ପ୍ରଧାନ ମନ୍ତ୍ରୀ ରାଷ୍ଟ୍ରପତିଙ୍କ ନିକଟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ନାମ ସୁପାରିଶ କରିଥାନ୍ତି । ପ୍ରତିବର୍ଷ ଅତିବେଶିରେ ୩ଜଣଙ୍କୁ ଭାରତରତ୍ନ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ସମ୍ମାନ ସ୍ଵରୂପ ଏକ ପ୍ରଶଂସାପତ୍ର ଏବଂ ପଦକ ପ୍ରଦାନ କରାଯାଏ । ରାଷ୍ଟ୍ରପତି ନିଜେ ଏହି ସମ୍ମାନ ପ୍ରଦାନ କରନ୍ତି । ଅଦ୍ୟାବଧି ୪୧ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇସାରିଛି । ୧୩ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ନେତାଜୀ ସୁବାଷ ବୋଷଙ୍କ ନାମ ଘୋଷଣା କରାଯାଇଥିଲେ ମଧ୍ୟ ତାକୁ ଫେରସ୍ତ ନିଆଯାଇଛି । ବିନୋବା ଭାବେଙ୍କୁ  ତାଙ୍କର ମୃତ୍ୟୁ ପରେ ୧୯୮୩ ମସିହାରେ ଭାରତ ସରକାର ଭାରତରତ୍ନ ସମ୍ମାନ ପ୍ରଦାନ କରିଥିଲେ । ଏମ୍‌ଜି ରାମଚନ୍ଦ୍ରନଙ୍କ ମୃତ୍ୟୁ ୧୯୮୭ ମସିହାରେ ହୋଇଥିଲା । ତାଙ୍କୁ ୧୯୮୮ ମସିହାରେ ଭାରତ ରତ୍ନ ଉପାଧି ପ୍ରଦାନ କରାଯାଇଥିଲା । ଦେଶର ସମ୍ବିଧାନ ନିର୍ମାତା ଭିମରାଓ ଆମ୍ବେଦକରଙ୍କୁ ୧୯୯୦ ମସିହେର ସରକାର ଭାରତରତ୍ନ ପ୍ରଦାନ କରିଥିଲେ । ସେହିପରି ରାଜୀବ ଗାନ୍ଧୀ ଆତଙ୍କବାଦୀ ଆକ୍ରମଣରେ ଅସମୟରେ  ମୃତ୍ୟୁ ବରଣ କରିଥିଲେ । ୧୯୯୦ରେ ସେ ମୃତ୍ୟୁ ବରଣ କରିଥିଲେ । ସେହି ବର୍ଷ ତାଙ୍କୁ ଭାରତରତ୍ନ ପ୍ରଦାନ କରାଯାଇଥିଲା । ୧୯୫୬ ମସିହାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ମୃତ୍ୟୁ ହୋଇଥିଲା । ମାତ୍ର ତାଙ୍କୁ ୧୯୯୧ ମସିହାରେ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ମୌଲାନା ଆବୁଲ କାଲାମ ଆଜାଦଙ୍କୁ ବି ମୃତ୍ୟୁ ପରେ ୧୯୯୨ ଭାରତ ରତ୍ନ  ପ୍ରଦାନ କରାଯାଇଥିଲା । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ମୌଲନା ଆବୁଲ କାଲାମ ଆଜାଦଙ୍କ ପରି ମହାନ ରାଷ୍ଟ୍ରନେତାଙ୍କୁ ବହୁ ବିଳମ୍ବରେ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଅନେକ ଆଲୋଚନା କରିଥିଲେ । ସେହିପରି ଜୟ ପ୍ରକାସ ନାରାୟଣଙ୍କର ମୃତ୍ୟୁ ୧୯୭୯ ମସିହାରେ ହୋଇଥିଲା । ମୃତ୍ୟୁର ୨୦ ବର୍ଷ ପରେ ୧୯୯୯ରେ ତାଙ୍କୁ ଭାରତର୍ତନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିବର୍ଷ ଆସାମର ଲୋକପ୍ରିୟ ଗୋପୀନାଥ ବରଦଲଙ୍କୁ ଭାରତରତ୍ନ ଦିଆଯାଇଥିଲା । ବାରତ ରତ୍ନ ଆଜି ପର୍ଯ୍ୟନ୍ତ ୪୫ ଜଣ ବ୍ୟକ୍ତି ବେଶେଷଙ୍କୁ ଦିଆଯାଇଛି । ଏଥିରେ ୭ ଜଣ ପ୍ରଧାନମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରପତିଙ୍କର ନାମ ରହିଛି । ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ୩ ଜଣଙ୍କ ନାମ ନେହୁରୁଙ୍କ ପରିବାରର ।

Leave A Reply