ଉତ୍କଳ ବିଶ୍ବବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ୍‌ ; ଆଜି ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

0

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟର ଦ୍ବି୍ତୀୟ କ୍ୟାମ୍ପସ୍‌ ଆରମ୍ଭ ହେବା ନେଇ ପ୍ରକିୟା ଚୂଡ଼ାନ୍ତ ହୋଇଛି। ଚଣ୍ଡିଖୋଲ ନିକଟସ୍ଥ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟରୁ ପ୍ରଥମ ପର୍ଯ୍ୟାୟରେ ଦୁଇଟି ବିଷୟରେ ପାଠ୍ୟକ୍ରମ ଆରମ୍ଭ ହେବ। ଉତ୍କଳ ବିଶ୍ବବିଦ୍ୟାଳୟ ଓ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ଏନେଇ ଚୁକ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନ୍‌ଫରେନନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ।
ଚଣ୍ଡିଖୋଲସ୍ଥିତ ୬୬ ଏକର ଜାଗାରେ ନିର୍ମାଣଧୀନ ଉତ୍କଳ ବିଶ୍ବବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ୍‌କୁ କର୍ତ୍ତୃପକ୍ଷ ରାଜ୍ୟର ପ୍ରଥମ ଗ୍ରାମୀଣ କ୍ୟାମ୍ପସ୍‌ ଭାବେ ଆକ୍ଷା ଦେଇଛନ୍ତି। ପ୍ରାଥମିକ ଭାବେ ଜନସ୍ବାସ୍ଥ୍ୟ ବିଭାଗର ସ୍ନାତକୋତ୍ତର ଓ ଗ୍ରାମୀଣ ପରିଚାଳନା(ରୁରାଲ ମ୍ୟାନେଜମେଣ୍ଟ)ଏମବିଏ ବିଷୟରେ ନାମଲେଖା ଶେଷ ହୋଇଛି। ଶନିବାରଠାରୁ ଏଠାରେ ପାଠପଢା ଆରମ୍ଭ ହେବ। ଉଭୟ ବିଷୟରେ ୨୪ଟି ସିଟ୍‌ ରହିଛି। ଜନ ସ୍ବାସ୍ଥ୍ୟ ବିଭାଗର ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଇଣ୍ଡିଆନ୍‌ କାଉନସିଲ୍ ଅଫ୍‌ ମେଡ଼ିକାଲ ରିସର୍ଚ୍ଚ ସହ ବିଶ୍ବବିଦ୍ୟାଳୟ ପକ୍ଷରୁ ଚୁକ୍ତି କରାଯାଇଛି। ଇଣ୍ଡିଆନ୍‌ କାଉନସିଲ୍ ଅଫ୍‌ ମେଡ଼ିକାଲ ରିସର୍ଚ୍ଚ ଜନ ସ୍ବାସ୍ଥ୍ୟ ପାଠ୍ୟକ୍ରମର ବୈଷୟିକ ପରାମର୍ଶ ପ୍ରଦାନ କରିବ ବୋଲି କୁଳସଚିବ ଦୟାନିଧୀ ନାୟକ କହିଛନ୍ତି।
ସୂଚନାଯୋଗ୍ୟ ଚଣ୍ଡିଖୋଲଠାରେ ବିଶ୍ବବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ୍‌ର ପାଚେରି ନିର୍ମାଣ କାମ ଚାଲିଥିବାବେଳେ କ୍ୟାମ୍ପସ୍‌ରେ ସୁରକ୍ଷା କର୍ମୀ ମୁତୟନ କରାଯାଇଛି। ଏହି ଦୁଇ ବିଷୟ​‌ ପାଠ ପଢାଇବା ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଅଧ୍ୟାପକ ନିଯୁକ୍ତ କରାଯାଇଛି।

Leave A Reply