ଦାଗ ଦୂର କରି ମୁହଁକୁ ଉଜ୍ବଳ ଓ ଚିକ୍କଣ କରେ ପିଆଜ

ସାଧାରଣତଃ ମୁହଁ ଯେତେ ସୁନ୍ଦର ହୋଇଥିଲେ ମଧ୍ୟ ଯଦି ସାମାନ୍ୟ ଦାଗ ହୋଇଯାଏ ତେବେ ଏହା ଚେହେରାକୁ ଅସୁନ୍ଦର କରିଦେଇଥାଏ। ଏହି ଦାଗରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଉପାୟ ଆପଣାଇ ଥାଆନ୍ତି। ହେଲେ କ’ଣ ଆପଣ ଜାଣନ୍ତି ଚେହେରାରୁ ଦାଗ ଦୂର କରିବାର ଏକ ସହଜ ଘରୋଇ ଉପାୟ ରହିଛି। ପିଆଜର ବ୍ୟବହାରରେ ଆପଣ ତ୍ବଚାର ଦାଗ ଦୂର କରି ଏକ ଚିକ୍କଣ ଓ ଉଜ୍ବଳ ଚେହେରା ପାଇ ପାରିବେ। ଆସନ୍ତୁ ଜାଣିବା ତ୍ବଚାର ଦାଗ ଦୂର କରିବା ପାଇଁ ପିଆଜର ବ୍ୟବହାର ବିଷୟରେ –
ପିଆଜରେ ଭରପୁର ମାତ୍ରାରେ ସଲଫର ଥାଏ। ଏହା ଚେହେରାରୁ ଦାଗ ସହ ଅନେକ ସମସ୍ୟା ଦୂର କରିବା ସହ ଚେହେରାରେ ଚମକ ଆଣିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ପିଆଜ ଖଣ୍ଡକୁ ନେଇ ତ୍ବଚାରେ ହାଲୁକା ଭାବେ ଘସିବା ଜରୁରୀ। ପିଆଜ ଲଗାଇବାର ୧୦-୧୫ ମିନଟ୍ ପରେ ଥଣ୍ଡା ପାଣିରେ ଚେହେରାକୁ ଧୋଇଦେବେ। ୭ ରୁ ୮ ଦିନ ପର୍ଯ୍ୟନ୍ତ ଲଗାତାର ଏପରି କଲେ ତ୍ବଚାରେ ପରିବର୍ତ୍ତନ ଖୁବଶୀଘ୍ର ନିଜେ ଅନୁଭବ କରିପାରିବେ।

Comments are closed.