ଭାରତର ସାଟେଲାଇଟ ବିଧ୍ଵଂସୀ କ୍ଷେପଣାସ୍ତ୍ର ପରୀକ୍ଷଣକୁ ଅନୁଧ୍ୟାନ କରୁଛି ଆମେରିକା

0

ୱାଶିଂଟନ: ମହାକାଶରେ ସାଟେଲାଇଟକୁ ଖସାଇବା ଲାଗି ଭାରତ ପକ୍ଷରୁ କରାଯାଇଥିବା ସାଟେଲାଇଟ ବିଧ୍ଵଂସୀ କ୍ଷେପଣାସ୍ତ୍ର ପରୀକ୍ଷଣକୁ ଅନୁଧ୍ୟାନ କରୁଛି ଆମେରିକା। ଏହି ପରୀକ୍ଷଣ ଦ୍ବାରା ଅନ୍ତରୀକ୍ଷରେ ସାଟେଲାଇଟ ଏବଂ କ୍ଷେପଣାସ୍ତ୍ରର ଭଗ୍ନାଂଶ ଜମା ହେବାର ଆଶଙ୍କା ରହିଛି, ଯାହା ବିଶ୍ଵ ପ୍ରତି ବିପଦ। ଆମେରିକାର ପ୍ରତିରକ୍ଷା ସଚିବ ପାଟ୍ରିକ ଶାନାହନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଭାରତ ସାଟେଲାଇଟ ବିଧ୍ଵଂସୀ କ୍ଷେପଣାସ୍ତ୍ର ପରୀକ୍ଷଣ କରିବା ପରେ ତାହାର ଫଳାଫଳ କ’ଣ ହେଉଛି ତାହାକୁ ଅନୁଧ୍ୟାନ କରାଯାଉଛି। ମହାକାଶକୁ ଅଳିଆଗଦାରେ ପରିଣତ କରାଯିବା ଉଚିତ ନୁହେଁ। ଏହା ଏପରି ଏକ ସ୍ଥାନ ଯେଉଁଠି ସମସ୍ତେ କାର୍ଯ୍ୟ କରିବା ଲାଗି ସ୍ବାଧୀନତା ରହିଛି।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷଣ ଦ୍ବାରା ସାଟେଲାଇଟ କିମ୍ବା କ୍ଷେପଣାସ୍ତ୍ରର କୌଣସି ଭଗ୍ନାଂଶ ମହାକାଶରେ ଜମି ରହିବ ନାହିଁ। ଲୋ ଅର୍ଥ ଅରବିଟରେ ଏହି ପରୀକ୍ଷଣ କରାଯାଇଥିବାରୁ ଭଗ୍ନାବଶେଷଗୁଡ଼ିକ ସପ୍ତାହେ ମଧ୍ୟରେ ପୃଥିବୀ ପୃଷ୍ଠକୁ ଖସିପଡ଼ିବ ଏବଂ ମହାକାଶ ପ୍ରତି କୌଣସି ବିପଦ ସୃଷ୍ଟି ହେବ ନାହିଁ।

ତେବେ ଭାରତର ପରୀକ୍ଷଣ ପରଠାରୁ ଆମେରିକା ମହାକାଶରେ ୨୭୦ ବସ୍ତୁକୁ ଯାଞ୍ଚ କରୁଛି। ପରୀକ୍ଷଣ ପରେ ଏହି ଅନେକ ଭଗ୍ନାବଶେଷ ବିଛୁରିତ ହେବା ଆଶଙ୍କା ଥିବାରୁ ମହାକାଶରେ ଏଭଳି ବସ୍ତୁ ସଂଖ୍ୟା ବଢ଼ିପାରେ ବୋଲି ଆମେରିକା ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅନ୍ୟପଟେ ବର୍ତ୍ତମାନ ସ୍ଥିତିରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପ୍ରତି କୌଣସି ବିପଦ ନ ଥିବା ଆମେରିକା ବାୟୁସେନାର ଭାଇସ କମାଣ୍ଡର ସୂଚନା ଦେଇଛନ୍ତି।

Leave A Reply