୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍ ପ୍ରାର୍ଥୀ : ଆରମ୍ଭ କଲେ ପ୍ରଚାର ଅଭିଯାନ
ୱାଶିଂଟନ : ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍ ପୁଣି ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବେ। ଏଥିପାଇଁ ସେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ।
ଫ୍ଲୋରିଡାର ଅର୍ଲାଣ୍ଡୋଠାରେ ଏକ ବିଶାଳ ଜନସମାବେଶରେ ଉଦବୋଧନ ଦେଇ ୨୦୨୦ ନିର୍ବାଚନ ଲାଗି ତାଙ୍କର ପ୍ରଚାରର ଶୁଭାରମ୍ଭ କରିଛନ୍ତି । ସେ କହିଛନ୍ତି ଆମେରିକାର ଅର୍ଥନୀତି ପ୍ରତି ସାରା ବିଶ୍ୱ ଈର୍ଷାନ୍ୱିତ ହୋଇଛି । ଦେଶକୁ ବିରୋଧୀ ଡେମୋକ୍ରାଟ୍ସ ଦଳ ନଷ୍ଟ କରିବାକୁ ଉଦ୍ୟମ ଚଳାଇ ଥିବା ସେ ଅଭିଯୋଗ କରିଛନ୍ତି । ଟ୍ୱିଟ୍ କରି ଶ୍ରୀ ଟ୍ରମ୍ପ୍ କହିଛନ୍ତି ୟୁରୋପୀୟ ସଂଘ ମୁଦ୍ରା ହେରଫେର ଜରିଆରେ ଆମେରିକାର ଭାଗିଦାରି ରାଷ୍ଟ୍ରଗୁଡ଼ିକୁ ବାଣିଜ୍ୟରୁ ବଞ୍ଚିତ କରିବା ପାଇଁ ଉଦ୍ୟମ ଚଳାଇଛି।
Comments are closed.