ମୁକ୍ତିଲାଭ କଲା ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍‍’

0

ମୁମ୍ବଇ : ସତ୍ୟ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍‍’ ଶୁକ୍ରବାର(୧୧ଜାନୁଆରୀ) ମୁକ୍ତିଲାଭ କରିଛି। ବର୍ଷ ୨୦୧୬ରେ ପାକିସ୍ତାନରେ ପଶି ଭାରତୀୟ ସେନା କରିଥିବା ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ଉପରେ ଏହି ଚଳଚ୍ଚିତ୍ର ଆଧାରିତ। ଆଦିତ୍ୟ ଧରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଭିକି କୌଶଲ, ୟାମୀ ଗୌତମ, ପରେଶ ରାୱଲ ଓ ମୋହିତ ରୈନାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି। ଚଳଚ୍ଚିତ୍ର ଦେଶଭକ୍ତିର ଭାବନାକୁ ଜାଗ୍ରତ କରିଛି। ଏଥିରେ ଆକ୍ସନ ଓ ଇମୋଶନ ଉଭୟ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ଭିକି କୌଶଲ ପ୍ରଥମ ଥର ପାଇଁ ସୈନିକ ଭୂମିକାରେ ଅଭିନୟ କରିଛନ୍ତି। ପଡ଼ୋଶୀ ଦେଶର ମନ୍ଦ ଉଦ୍ଦେଶ୍ୟକୁ ଅସଫଳ କରିବାକୁ ଯାଇ ସହିଦ ହୋଇଥିବା ଯବାନମାନଙ୍କ ପରିବାରର ଦୁଃଖକୁ ମଧ୍ୟ ଚଳଚ୍ଚିତ୍ରରେ ଜୀବନ୍ତ ଭାବେ ଦର୍ଶାଯାଇଛି।

Leave A Reply