ଚାଲୁ ରହିବ ୟୁରିଆ ସବସିଡି ଯୋଜନା

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟିର ଅନୁମୋଦନ ଅନୁଯାୟୀ ୟୁରିଆ ସବସିଡି ଯୋଜନା ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିପାଇଁ ମୋଟ ୧,୬୪,୯୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସାର ସବସିଡି ବଣ୍ଟନ ଲାଗି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଯୋଜନା କାର୍ଯ୍ୟକାରୀ କରାଯିବ। ୟୁରିଆ ସବସିଡି ଯୋଜନା ଚାଲୁ ରହିବା ଫଳରେ ଚାଷୀମାନଙ୍କୁ ସରକାରୀ ନିୟନ୍ତ୍ରିତ ଦରରେ ଯଥେଷ୍ଟ ପରିମାଣର ୟୁରିଆ ଯୋଗାଣ ସୁନିଶ୍ଚିତ ହୋଇପାରିବ। କୃଷିସାର କ୍ଷେତ୍ରରେ ଡିବିଟିର କାର୍ଯ୍ୟାନ୍ୱୟନ ବାଟମାରଣା ଏବଂ ଅନିୟମିତତା ରୋକିପାରିବ।

ଦେଶବ୍ୟାପୀ କୃଷିସାର କ୍ଷେତ୍ରରେ ଡିବିଟି କାର୍ଯ୍ୟକାରୀ କରିବା ଲାଗି କୃଷିସାର ବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି। ସବସିଡିଯୁକ୍ତ ଦରରେ କୃଷକମାନଙ୍କୁ ସାର ବିକ୍ରି କରୁଥିବା କରୁଥିବା କମ୍ପାନୀଗୁଡ଼ିକୁ ଡିବିଟି ଜରିଆରେ ଶତପ୍ରତିଶତ ଅର୍ଥ ପଇଠ କରାଯିବ। ତେଣୁ ୟୁରିଆ ସବସିଡି ଯୋଜନା କାର୍ଯ୍ୟକାରୀ କରାଯିବା ପରେ କୃଷିସାର କ୍ଷେତ୍ରରେ ଡିବିଟି ଯୋଜନାର ସୁଗମ କାର୍ଯ୍ୟାନ୍ୱୟନ ଉପଲବ୍ଧ ହୋଇପାରିବ।

ଏପ୍ରିଲ ପହିଲା ୨୦୧୭ ଠାରୁ କୃଷିସାର ବିଭାଗ ପକ୍ଷରୁ କେନ୍ଦ୍ରୀୟ ଯୋଜନାର ଏକ ଅଂଶବିଶେଷ ସ୍ୱରୂପ ୟୁରିଆ ସବସିଡି ଯୋଜନା ଲାଗୁ କରାଯାଉଛି। ବଜେଟ ସହାୟତା ଜରିଆରେ ଭାରତ ସରକାର ଏଥିପାଇଁ ସମ୍ପୂର୍ଣ୍ଣ ପାଣ୍ଠି ଯୋଗାଣ କରୁଛନ୍ତି। ୟୁରିଆ ସବସିଡି ଯୋଜନା ଲାଗୁ ହେବା ଫଳରେ ୟୁରିଆ ଉତ୍ପାଦନ କମ୍ପାନୀଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଅର୍ଥ ପଇଠ କରାଯାଇପାରିବ। ଫଳରେ ଏହା କୃଷକଙ୍କ ପାଇଁ ଉଚିତ ସମୟରେ ୟୁରିଆ ଉପଲବ୍ଧତାକୁ ସୁନିଶ୍ଚିତ କରିବ। ୟୁରିଆ ସବସିଡି ଯୋଜନା ବିଦେଶରୁ ଆମଦାନୀ ହେଉଥିବା ୟୁରିଆ କ୍ଷେତ୍ରରେ ମଧ୍ୟ ଲାଗୁ ହେବ। କାରଣ ଏହା ଦେଶରେ ୟୁରିଆ ଆବଶ୍ୟକତା ଏବଂ ସ୍ୱଦେଶୀ ଭାବେ ଉତ୍ପାଦିତ ୟୁରିଆ ମଧ୍ୟରେ ରହିଥିବା ଶୂନ୍ୟସ୍ଥାନ ପୂରଣ କରୁଛି। ସାରା ଦେଶରେ ୟୁରିଆ ପରିବହନ ପାଇଁ ଫ୍ରିଟ ସବସିଡି ବ୍ୟବସ୍ଥା ମଧ୍ୟ ଏଥିରେ ଅନ୍ତର୍ଭୂକ୍ତ ରହିଛି।

Leave A Reply