ସିଭିଲ୍‍ ସର୍ଭିସ୍‍ ପରୀକ୍ଷା ପାଇଁ ବୟସ ସୀମା ପରିବର୍ତ୍ତନ କରାଯିବ ନାହିଁ : ସରକାର

0

ନୂଆଦିଲ୍ଲୀ : ସଂଘ ଲୋକସେବା ଆୟୋଗ ବା ୟୁପିଏସ୍‍ସି ଦ୍ୱାରା ଅନୁଷ୍ଠିତ ହେଉଥିବା ସିଭିଲ୍‍ ସର୍ଭିସ୍‍ ପରୀକ୍ଷା ଦେବାଲାଗି ବୟସ ସୀମା ପରିବର୍ତ୍ତନ କରାଯିବ ନାହିଁ ବୋଲି ସରକାର ଏକ ସ୍ପଷ୍ଟୀକରଣରେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଏଭଳି କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ବିଚାରାଧିନ ନାହିଁ କିମ୍ବା ବିବେଚନା କରୁନାହାନ୍ତି। ତେଣୁୁ ଏ ସଂକ୍ରାନ୍ତୀୟ ସବୁ କଳ୍ପନାଜଳ୍ପନାର ପରିସମାପ୍ତି ହେବା ଆବଶ୍ୟକ।
୨୦୨୨-୨୩ ସୁଦ୍ଧା ପର୍ଯ୍ୟାୟକ୍ରମେ ପରୀକ୍ଷାର୍ଥୀମାନଙ୍କ ପାଇଁ ବୟସସୀମା ୨୭ବର୍ଷକୁ କମ୍‍ କରାଯିବା କଥା ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ ସରକାର ଏହି ସ୍ପଷ୍ଟୀକରଣ ଦେଇଛନ୍ତି। ବର୍ତ୍ତମାନ ସାଧାରଣ ବର୍ଗଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷ ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ସର୍ବୋଚ୍ଚ ବୟସସୀମା ୩୭ବର୍ଷ ରଖାଯାଇଛି।

Leave A Reply