ଫାଷ୍ଟଟ୍ରାକ୍‌ କୋର୍ଟରେ ଉନ୍ନାଓ ପୀଡ଼ିତାଙ୍କ ମାମଲାର ବିଚାର ହେବ

ଲକ୍ଷ୍ନୌ: ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଫାଷ୍ଟଟ୍ରାକ୍‌ କୋର୍ଟରେ ଏହି ମାମଲାର ବିଚାର ହେବ। ପୀଡ଼ିତା ଶୁକ୍ରବାର ରାତି ୧୧ଟା ୪୦ରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ। ୪୩ ଘଣ୍ଟା ଧରି ସେ ଜୀବନ ସହିତ ସଂଘର୍ଷ କରିଥିବାବେଳେ ଶେଷ ସମୟରେ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ଗୁହାରି କରିଥିଲେ।

ଗୁରୁବାର ଭୋର ସମୟରେ ପୀଡ଼ିତାଙ୍କୁ ଜାମିନରେ ଆସିଥିବା ଅଭିଯୁକ୍ତମାନେ ଜୀବନ୍ତ ଜାଳି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପୀଡ଼ିତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିଲା। ଗୁରୁବାର ରାତିରେ ପୀଡ଼ିତାଙ୍କୁ ଲକ୍ଷ୍ନୌରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଶେଷ ଥର ପାଇଁ ସେ ତାଙ୍କ ଭାଇକୁ କହିଥିଲେ ଯେ, ଯେଉଁମାନେ ମୋର ଏପରି ଅବସ୍ଥା କରିଛନ୍ତି ସେମାନଙ୍କୁ କେବେ ଛାଡ଼ିବୁ ନାହିଁ। ଏହା ସହିତ ସେ ମରିବାକୁ ବି ଚାହୁଁ ନ ଥିବା କହିଥିଲେ।

Comments are closed.